ଓଡିଶା ବନ୍ଦ ଡାକରା ଚିକିଟି – ପାତ୍ରପୁର ବ୍ଲକରେ ଆଂଶିକ ସଫଳ ।

0 0

ଚିକିଟି,୦୮/୧୦(ପିପିଟି):କଂଗ୍ରେସ,ସିପିଆଇ(ଏମ ) ଏବଂ ଫରୱାର୍ଡ଼ ବ୍ଲକ ର ମିଳିତ ନେତୃତ୍ୱରେ ଶତାଧିକ ଯୁବକଙ୍କୁ ନେଇ ଏକ ବାଇକ ରାଲି ପାତ୍ରପୁରରୁ ବାହାରିଥିଲା । ଉକ୍ତ ବାଇକ ରାଲି ଜରଡ଼ା, ସୁରଙ୍ଗୀ, ଧାନଘର, ଚିକିଟି ଗଡ଼, ଚିକିଟି ପେଣ୍ଠ ଗସ୍ତ କରି ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏବଂ ବଜାରରେ ରହିଥିବା ଦୋକାନ ଗୁଡିକକୁ ବନ୍ଦ କରିବା ପାଇଁ ଶାନ୍ତିପୂର୍ଣ ଭାବେ ଆହ୍ୱାନ ଦେଇଥିଲେ । କଂଗ୍ରେସ ରୁ ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଦ୍ୟାନ ସାମନ୍ତରା,ଜ଼ିଲ୍ଲା ଉପ ସଭାପତି କ୍ଷମା ସାଗର ମହାରଣା,ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ ପ୍ରଧାନ,ଚିକିଟି ବ୍ଲକ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡା, ମାରୁତି ଦ୍ୟାନ ସାମନ୍ତରା, ଦିଲେଶ୍ଵର ବେହେରା,ଶୀତେୟା ରେଡି, ସତ୍ୟ ନାରାୟଣ ପଣ୍ଡା, ସନ୍ତୋଷ ଦାଶ,ସୁନୀଲ ପଣ୍ଡା, ଫରୱାର୍ଡ଼ ବ୍ଲକ ଜ଼ିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢ଼ୀ, ଜ଼ିଲ୍ଲା କମିଟି ସଭ୍ୟ ବିଘ୍ନେଶ ପ୍ରଧାନ, ସିପିଆଇଏମ ରୁ ଚନ୍ଦନ ଶବର,ବନମାଳୀ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.