ଓଏଏସ ପାଇଲେ ଭଞ୍ଜନଗରର ଫାଲଗୁନୀ କୁମାର ।

0 1,496

ଭଞ୍ଜନଗର,୦୭/୧୦(ପିପିଟି): ଭଞ୍ଜନଗର ଥାନା ନିକଟ ଭଞ୍ଜ ପରିଷଦ ଗଳିରେ ରହୁଥିବା ଫାଲଗୁନୀ କୁମାର ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଓଡିଶା ସ୍ତରରେ ୧୯୯ନଂ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପିତା ରାଜେନ୍ଦ୍ର କୁମାର ସାହୁ ଓ ମାତା ସବିତା କୁମାରୀ ସାହୁଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଫାଲଗୁନୀ।ଗତ ଦୁଇ ବର୍ଷ ହେଲା କରୋନା ସମୟରେ ଘରେ ରହି ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରି ସେ ଓଏଏସ ପାଇଁ ନିଜକୁ ପ୍ରସ୍ତୁତ କରିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ। ଆଜି ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭବିଷ୍ୟତରେ ଦେଶସେବା ପାଇଁ ଲକ୍ଷ୍ୟ ରଖିଥିବା ଫାଲଗୁନୀ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.