ଏଡ଼ସ ସଚେତନତା କାର୍ଯ୍ୟକ୍ରମ ।

0 54

କୋଦଳା ,୨୧/୦୪(ପିପିଟି): ଆଜି କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ସପନ କୁମାର ଦାଶଙ୍କ ସଭାପତିତ୍ୱରେ ଏବଂ ଯୁବ ରେଡକ୍ରସ ପରାମର୍ଶଦାତା  ରତ୍ନାକର ପ୍ରଧାନଙ୍କ ତତ୍ତ୍ୱାବଧାନରେ ରେଡ ରିବନ କ୍ଲବ ତରଫରୁ ଏକ ଏଚ୍‌ଆଇଭି/ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ରେଡ ରିବନ କ୍ଲବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହିତ ଏଚ୍‌ଆଇଭି/ଏଡ଼ସର କାରଣ, ସଂକ୍ରମଣ ପ୍ରକ୍ରିୟା ଓ ପ୍ରତିରୋଧ ଉପାୟ ବିଷୟରେ ସଚେତନତା ଦିଆଯାଇଥିଲା ପରେ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ନିକଟସ୍ଥ କାକୁଡ଼ିଆପଡା ଗ୍ରାମରେ ଏକ ସଚେତନତା ରାଲି କରାଯାଇଥିଲା ।

ରିପୋର୍ଟ -ସୂର୍ଯ୍ୟନାରାୟଣ ବଡୁ

Leave A Reply

Your email address will not be published.