ଆଶ୍ୱିନ ମାସ ନିଶା ମଙ୍ଗଳବାର ଓଷା ଆରମ୍ଭ ।

0 0

କୋଦଳା,୨୯/୦୯(ପିପିଟି):ଆଜି ପୂର୍ବାହ୍ନ ସମୟରୂ କୋଦଳା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ମା ମଙ୍ଗଳା ଙ୍କ ଓଷା ପୂଜାପାଠ ଲାଗିରହିଛି । କୋଦଳା ଗୋହିରିନାଳ ସାହିଠାରେ ଗ୍ରାମର ବିଭିନ୍ନ ପ୍ରାନ୍ତ ରୂ ମହିଳାମାନେ ସେମାନଙ୍କ କାର୍ଯ୍ୟାସିଦ୍ଧି କୁ ବିଶ୍ୱାସ ନେଇ ଏହିପୂଜା କରିବା ପାଇଁ ପହଞ୍ଚି ପୂଜାକାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବାହ୍ନ ଓ ସନ୍ଧ୍ୟାରେ ବହିଗୀତ ବୋଲିବା ସହିତ ପୂଜାର୍ଚନା ହେଉଛି । ଆଶ୍ୱିନ ମାସର ପ୍ରତ୍ୟକ ମଙ୍ଗଳବାର ଦିନ ଓଡ଼ିଶାରେ ମାଆ ମଙ୍ଗଳାଙ୍କୁ ପୂଜା କରାଯାଏ, ଯାହାକୁ ‘ନିଶା ମଙ୍ଗଳବାର ଓଷା’ ବା ବ୍ରତ କୁହାଯାଏ। ନିଶା ମଙ୍ଗଳବାର ଓଷାର ମହତ୍ତ୍ୱ ଓ ନୀତିନିୟମ ପ୍ରକାରେ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ଆଜୀବନ ସଧବାତ୍ୱ ଓ ପୁତ୍ର କନ୍ୟାଙ୍କ ମଙ୍ଗଳ ସହିତ ପରିବାରର ଧନଧାନ୍ୟ ବୃଦ୍ଧି ପାଇଁ ଏହି ଓଷା କରିଥାନ୍ତି।

ଏହି ପୂଜା ମୁଖ୍ୟତଃ ବିଳମ୍ବିତ ରାତ୍ରି ସମୟରେ ଅନୁଷ୍ଠିତ ହୋଇଥାଏ। ମଙ୍ଗଳବାର ସକାଳୁ ସକାଳୁ ମାଆ ମଙ୍ଗଳାଙ୍କୁ ନିଷ୍ଠାର ସହ ଧୂପ, ଦୀପ, ନୈବେଦ୍ୟ ଓ ମା ମଙ୍ଗଳାଙ୍କ ଫୋଟୋ କିମ୍ବା ବିଗ୍ରହ ତିଆରି କରି ରୀତିନିୟମ ଅନୁସାରେ ପୂଜା କରାଯାଏ।ଏହି ଦିନ ମହିଳାମାନେ ଦିନସାରା ଉପବାସ ରହି ରାତିରେ ପୂଜା ସମ୍ପନ୍ନ କରିବା ପରେ ପାରଣ କରିଥାନ୍ତି।ଏହିପୂଜା ଆଶ୍ୱିନ ମାସର ସମସ୍ତ ମଙ୍ଗବାର ରେ ପୂଜା କରାଯିବ ସହିତ ଶେଷ ମଙ୍ଗଳବାର ରେ ମା ଙ୍କୁ ବିଦାୟ ଦିଆଯିବ ବୋଲି ମା ମାନେ ପ୍ରକାଶ କରିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.