‛ଆଟା’ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଟ୍ୱିଟର ଉପରେ ପ୍ରାଧାନ୍ୟ ଦିଅନ୍ତୁ ସରକାର ।

0 216

ଯାଜପୁର,୧୯/୦୧(ପିପିଟି):ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆର ଚାହିଦା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଭିତ୍ତି କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କରୁଥିବାର ନଜର ଆସୁଛି। ଯେ କୌଣସି ଏକ ଖବରକୁ କମ୍ ସମୟରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ “ସୋସିଆଲ ମିଡ଼ିଆ” ଏକ ପ୍ରମୁଖ ମାଧ୍ୟମ ସାଜିଛି। ଏହାର ସୁଯୋଗ ନେଇ ସରକାର ମଧ୍ୟ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ତ୍ୱରିତ ପ୍ରଚାର ପ୍ରସାର କରୁଛନ୍ତି।

ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆ ମଧ୍ୟରୁ ଅନ୍ୟତମ – ଟ୍ୱିଟର। ଏହି ଟ୍ୱିଟର ର ନାମ ଏବେ ପରିବର୍ତ୍ତନ ହୋଇ (ଏକ୍ସ) ହୋଇଯାଇଛି କିନ୍ତୁ ଟ୍ୱିଟର ନାମରେ ବେଶ୍ ଲୋକପ୍ରିୟ ଏକ୍ସ। ସାରା ରାଜ୍ୟରେ ଏହାର ବହୁଳ ବ୍ୟବହାର ଓ ପ୍ରଶିକ୍ଷଣ ଏବଂ ସମାଜର ପଛ ଧାଡିରେ ଥିବା ଲୋକଙ୍କ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି “ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍” (ଆଟା) ସଂଗଠନ। ସୂଚନା ଯୋଗ୍ୟ ଏହି ଆଟା ସଂଗଠନ ଆଜକୁ ପ୍ରାୟ ୪ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ସକ୍ରିୟ ହୋଇ ସାରା ଓଡ଼ିଶାର ୩୦ ଗୋଟି ଜିଲ୍ଲା ଓ ୩୧୪ ବ୍ଲକ ସମେତ ସମସ୍ତ ପୌରପରିଷଦର ଯୁବକ ଯୁବତୀ ଆକ୍ଟିଭିଷ୍ଟସ୍ ମାନଙ୍କୁ ସାମିଲ କରି ପାରିଛି। ଏହାର ରେଜିଷ୍ଟ୍ରେସନ ନମ୍ବର୍ ୪୧୪୮୨୧୦୭୪୭୭ ଅଟେ। ଏହି ଅନୁଷ୍ଠାନ ଜରିଆରେ ଅନେକ ସାଧାରଣ ଲୋକ ନ୍ୟାୟ ପାଇବା ସହିତ ମୌଳିକ ଅଧିକାରରୁ ବଞ୍ଚିତ ଥିବା ଲୋକମାନେ ରାସନ୍ କାର୍ଡ,ଭତ୍ତା,ସ୍ଵାସ୍ଥ,ପାନୀୟଜଳ, ରାସ୍ତାଘାଟ,ବିଦ୍ୟୁତ୍ ଆଦି ସୁବିଧା ପାଇବାର ସୁଯୋଗ ନେଇ ପାରିଛନ୍ତି । ଯାଜପୁର ଜିଲ୍ଲାରେ କିଭଳି ପ୍ରଶାସନିକ ସ୍ତରରେ ଏକ୍ସ ର ଆକ୍ଟିଭିଷ୍ଟସ୍ ମାନଙ୍କ ଦ୍ୱାରା ହେଉଥିବା ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ହେବ ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏକ୍ସ ର ବ୍ୟବହାର ଓ ସମାଧାନ ସୁନିଶ୍ଚିତ ହେବ, ସେ ନେଇ ଆଟା ପକ୍ଷରୁ ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ବିଭାଗର) ଶୁଭେନ୍ଦ୍ର କୁମାର ସାମଲଙ୍କୁ ତା ୧୮.୦୧.୨୧ ରିଖ ଶନିବାର ଦିନ ଆଟା ସଂଗଠନ ପକ୍ଷରୁ ବରିଷ୍ଠ ସଦସ୍ୟ ଦୀପକ କୁମାର ପ୍ରଧାନ,ଯାଜପୁର ଜିଲ୍ଲା ସଂଯୋଜକ ସବ୍ୟସାଚୀ ସାହୁ,ପିଣ୍ଟୁ ସାହୁ,ଅହମଦ ଖାନ୍,ବିଶ୍ୱନାଥ ଦାସ, ସରୋଜ ବେହେରା,ନିରାକାର ବେହେରା,ଅବୁଦୁଲ୍ ମୁକ୍ତାଦିର୍ ସହ ଅନ୍ୟ ସଦସ୍ୟମାନେ ମିଶି ଟ୍ୱିଟର ର ବହୁଳ ବ୍ୟବହାର ଦିଗରେ ଜନ ସଚେତନତା ସୃଷ୍ଟି କରିବାପାଇଁ ଦାବିପତ୍ର ପ୍ରଦାନ କରିବା ସହ ଏକ୍ସ ଦ୍ୱାରା ହେଉଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ତ୍ୱରିତ ସମାଧାନ ନିମନ୍ତେ ନିବେଦନ କରିଥିଲେ।

Leave A Reply

Your email address will not be published.