ଆଇନ ମନ୍ତ୍ରୀଙ୍କୁ ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟି ପକ୍ଷରୁ ଦ୍ୱିତୀୟ ଅନ୍ତରିଣ ରିପୋର୍ଟ ପ୍ରଦାନ ।

0 1

ଭୁବନେଶ୍ୱର,୨୭/୦୪(ପିପିଟି): ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି ।

ଜଷ୍ଟିସ୍‌ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିରର ସେବା ପୂଜା, ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ଗର୍ଭଗୃହ ଓ ରୋଷଶାଳା ମରାମତି, ଉଜ୍ଜ୍ଵଳ ଆଲୋକୀକରଣ ବ୍ୟବସ୍ଥା, ସେବାୟତ ପାଇଁ ସ୍ୱତନ୍ତ୍ର ତାଲିମ୍‌ କାର୍ଯ୍ୟକ୍ରମ, ହୁଣ୍ଡି ପରିଚାଳନା, ଜମି ସମସ୍ୟା ସମାଧାନ ନେଇ ପ୍ରାୟ ୧୬ଟି ପ୍ରସ୍ତାବ ସହ ରିପୋର୍ଟ ପ୍ରଦାନ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ରିପୋର୍ଟ ଗ୍ରହଣ କରିବା ସହ ଏହାକୁ ସଂପୂର୍ଣ୍ଣ ଅନୁଶୀଳନ କରି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ସହ ସମସ୍ତ ସେବାୟତ, ନିଯୋଗ ଏବଂ ଭକ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ବ୍ୟବସ୍ଥା କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଆଇନ୍‌ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.