ଅର୍ଥନୀତି ଅଧ୍ୟାପକଙ୍କ ଅକାଳ ବିୟୋଗ ,କଲେଜ ପରିସରରେ ଶୋକସଭା ।

0 330

କୋଦଳା,୦୭/୦୩(ପିପିଟି): କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଏବଂ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ,ଅଧ୍ୟାପକ ଡକ୍ଟର ବିଷ୍ନୁନାରାୟଣ ସେଠୀ ଗୁରୁବାର ରାତ୍ର ୯ ଘଣ୍ଟ ସମୟରେ ହଠାତ ତଳେ ପଡିଯାଇ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଶୁକ୍ରବାର ପୂର୍ବାହ୍ନ ୧୦ ଘଣ୍ଟ ୩୦ ମିନଟ ସମୟରେ ମହାବିଦ୍ୟାଳୟ ପରିସରରେ ସମସ୍ତ ବିଭାଗର ଛାତ୍ର ଛାତ୍ରୀ,ଅଧ୍ୟକ୍ଷ, ଅଧ୍ୟାପକ,ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ଥ କର୍ମକର୍ତ୍ତା ଅଧ୍ୟାପକ ଡକ୍ଟର ବିଷ୍ନୁନାରାୟଣ ସେଠୀଙ୍କ ସ୍ମୃତି ଚାରଣ କରି ତାଙ୍କର ଅମର ଆତ୍ମାର ସଦ୍ଦଗତି କାମନା କରିଥିଲେ ।

(ରିପୋର୍ଟ-ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.