ବୋଲଗଡ଼,୦୪/୦୮(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ସିମାପଲ୍ଲୀ ମୌଜାର ବଥୁଆ ପାହାଡ ଶିଖର ରେ ଥିବା ସିଦ୍ଧେଶ୍ଵର ଶୈବ ମନ୍ଦିର ହେଉଛି ବହୁ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ। ସିଦ୍ଧେଶ୍ଵର ମହାଦେବଙ୍କର ବିଜେସ୍ତଳୀ। କାହିଁ କେଉଁ କାଳରୁ ରହିଆସିଛି ଏହି ଛୋଟିଆ ଅନୁମାନ ୧୨ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର । ପ୍ରକୃତି ରାଣୀ ସଜାଈ ଦେଇଛି ଏହି ମନୋରମ ପର୍ବତମାଳା, ଚଢେଇ ର କିଚିରିମିଚିରି ଶବ୍ଦ। ଶ୍ରଦ୍ଧାଳୁଭକ୍ତ ମାନଙ୍କର ମାନସିକ ପୂରଣ ହେବା ର ସଂପୁର୍ଣ ଆଶା ଓ ବିଶ୍ୱାସ ର ପ୍ରତୀକ ଏହି ଯାଗା । ଯାହାକି ସମୁଦ୍ର ପତନ ଠାରୁ ୫୦୦ଫୁଟ ଉଚ୍ଚତା ରେ ଅବସ୍ଥିତ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବହୁବର୍ଷ ପୂର୍ବେ ନାରାୟଣୀ ପଡା ର ଜଣେ ବାଦାନ୍ୟ ଭକ୍ତ ଏବଂ ମୁଗମଣ୍ଡାର ବିଶିଷ୍ଟ କାରିଗର ଦାମୋଦର ମହାରଣା ଙ୍କ ଏହା କିର୍ତ୍ତୀ ଅଟେ। ଏହି ଯାଗା ବିଷୟରେ ବିଭିନ୍ନ କିମ୍ବଦନ୍ତୀ ସୁଣିବାକୁ ମିଳେ।ଏପରିକି ସ୍ଥାନୀୟ ଅଞ୍ଚଳରେ ବିଲ ବାଡି ଚାଷ ସମୟରେ ଯଦି ବର୍ଷା ନହୁଏ ତାହା ହେଲେ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ ସିଦ୍ଧେଶ୍ଵର ମହାଦେବଙ୍କ ପାଖରେ ପୂଜା ପାଠ କରିବା ସହ ନାମ ସଂକୀର୍ତ୍ତନ କରିଥାନ୍ତି। ଆଶ୍ଚର୍ଯ୍ୟର କଥା ପୂଜା ପାଠ ସରୁ ସରୁ ପ୍ରବଳ ବର୍ଷା ହୋଇଥାଏ ଯାହାକି ଭକ୍ତ ମାନେ ସେଠାରୁ ଓଦା ହୋଇ ଆସିଥାନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ କହିଥାନ୍ତି। ଏପରି ଏଭଳି ଆଶ୍ଚର୍ଯ୍ୟ କଥା ସ୍ୱଚକ୍ଷୁ ରେ ଦେଖିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି। ଏହି ବଥୁଆ ପାହାଡ଼ ର ପ୍ରାକୃତିକ ପରିବେଶ ବେସ୍ ମନମୁଗ୍ଧକର ଅଟେ । ଏହି ବଥୁଆ ପାହାଡରେ ଥିବା ଶିବମନ୍ଦିର ଓ ସେ ଯାଗାର ବହୁ ସମସ୍ୟା ଦେଖିବାକୁ ମିଳିଛି ଏହିପରି ସମସ୍ୟା ଗୁଡିକ ମଧ୍ୟରେ ମୂଖ୍ୟତଃ ଗମନା ଗମନ, ପାନୀୟ ଜଳର ମୁଖ୍ୟ ସମସ୍ୟା ରୁପରେ ରହିଛି । ଏହି ସମସ୍ୟା ଗୁଡିକପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ନିଜ ହାତକୁ ନେବା ପାଇଁ ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ରେ ନିବେଦନ କରିଛନ୍ତି କରିଛନ୍ତି ।ବିଶେଷ କରି ପାହାଡ଼ ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲେ ଏହା ସମସ୍ତଙ୍କ ପାଇଁ ଦର୍ଶନୀୟ ସ୍ଥାନ ହୋଇ ପାରିବ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)