ଶେରଗଡ଼,୨୫/୦୮(ପିପିଟି); ଚଳିତ ମାସ ୧୬ ତାରିଖ ଦିନ ସନ୍ଧ୍ୟା ୭ ବେଳେ ଶେରଗଡ଼ ବିଜୁ ପଟ୍ଟନାୟକ ଛକ ଠାରୁ ଆସିକା ରୋଡ଼ରେ ଏକ ଅଟୋରେ ଆସି ଟଙ୍କା ଲୁଟ ଘଟଣା ରେ ଶେରଗଡ଼ ପୁଲିସ କୁ ବଡ଼ ସଫଳତା ମିଳିଛି ଘଟଣାରେ ରଞ୍ଜନ ପ୍ରଧାନ, ଅଟୋ ମାଲିକ ଶ୍ରୀରାମ ରାଉତ ଏବଂ ମିଥୁନ ପାତ୍ରଙ୍କୁ ଗିରଫ କରାଯିବା ସହ ବ୍ୟବହାର ହୋଇଥିବା ଅଟୋ ସହ ୫୪ ହଜାର ଟଙ୍କା ଜବତ କରାଯାଇଥିବା ଆସିକା ଏସ,ଡି. ପି,ଓ଼ ଉମା ଶଙ୍କର ସିଂ ଏବଂ ଶେରଗଡ଼ ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ସୂଚନା ପ୍ରଦାନ କରିଛନ୍ତି ମିଳିଥିବା ସୂଚନା ପ୍ରଦାନ ପ୍ରକାରେ ଧବଳପୁର ଗାଁ ର ରଞ୍ଜନ ପ୍ରଧାନ ମୁନା ପାତ୍ର ଙ୍କ ନିକଟରେ ସୁନା ବନ୍ଧକ ରଖି ଟଙ୍କା ଧାର ନେଇଥିଲେ କିନ୍ତୁ ସୁଝି ନ ପରିବା ଯୋଗୁଁ ବାରସିଙ୍ଗି ଗାଁ ର ମହେଶ୍ୱର ଗୌଡ଼ଙ୍କ ସହାୟତା ରେ ମୁନା ପାତ୍ରଙ୍କ ଠାରୁ ସୁନା ବିକ୍ରି ନିମନ୍ତେ ଆଣି ଆସିକା ରେ ବିକ୍ରି କରିଥିଲେ ଏବଂ ୭୭ ହଜାର ଟଙ୍କା ଆଣିଥିଲେ ସୁନା ବିକ୍ରିର ତିନି ଦିନ ପରେ ରଞ୍ଜନ ମହେଶ୍ୱରଙ୍କୁ ଟଙ୍କା ଦେବାକୁ ଏକ ଅନ୍ଧାରିଆ ସ୍ଥାନକୁ ଡାକିଥିଲେ ଏବଂ ଟଙ୍କା ଦେଉ ଦେଉ ରଞ୍ଜନର ଦୁଇ ସହଯୋଗୀ ଏକ ଅଟୋରେ ରେ ଆସି ମହେଶ୍ୱରଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ ନେଇ ଯାଇଥିଲେ ଘଟଣା ପରେ ମହେଶ୍ୱର ଶେରଗଡ଼ ଥାନା ରେ ଏତଲା ଦେଇଥିଲେ। ମହେଶ୍ୱରଙ୍କ ଅଭିଯୋଗକୁ ଭିତ୍ତି କରି ଶେରଗଡ଼ ଥାନା କେଶ ନଂ ୧୬୧/୨୧ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରାଯିବା ସହ ଅଟୋ ଏବଂ ୫୪ ହଜାର ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ- ଭିକୁ ନାୟକ। )