ଅଗ୍ନିକାଣ୍ଡ ଘଟି ୧୦ ବଖରା ପୋଡି ପାଉଁଶ ।

0 215

ଭଞ୍ଜନଗର, ୨୯/୧୧(ପିପିଟି ):ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅନ୍ତର୍ଗତ ଗରୁଡ଼ୁ ଗାଁ ରେ ଅଗ୍ନି କାଣ୍ଡରେ ୧୦ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ରାତିରେ ନିଆଁକୁ ଆୟତ୍ତ କରିବା ସମ୍ଭବ ନଥିଲା ତେଣୁ ବିଳମ୍ବରେ ଭଞ୍ଜନଗର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଗ୍ରାମର ଚାଷୀ ମାନେ ନିଜ କାମ ସାରି ଶୋଇଥିବା ବେଳେ ମଧ୍ୟ ରାତ୍ରି ସମୟରେ ହଠାତ ଚାଳ ରେ ନିଆଁ ଲାଗି ଯାଇଥିଲା ଫଳରେ ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇ ଥିଲା।ଯାହା ଫଳରେ ୧୦ ବଖରା ଜଳିପୋଡି ପାଉଁଶ ହୋଇଗଲା। ରାତି ହୋଇଥିବାରୁ କେହି କିଛି ଜିନିଷପତ୍ର ଉଦ୍ଧାର କରିପାରି ନଥିଲେ । ଲୋକ ଙ୍କ ଧାନ ଚାଉଳ ଓ ଘରର ଦରକାରୀ ଆସବାବ ପତ୍ର ସବୁ ପୋଡିଯାଇଛି । ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.