ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ ।

0 44

ଯାଜପୁର ,୦୪/୦୮(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗରିବ ଲୋକମାନଙ୍କୁ ସଦାସର୍ବଦା ସହାୟାତ ଯୋଗାଇଦିଆଯାଉଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଟ୍ରଷ୍ଟ୍ରର ସଦସ୍ୟ ମାନେ ବିଭିନ୍ନ ସ୍ଥାନକୁ ଯାଇ ଅସହାୟ ଲୋକମଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଏହିକ୍ରମରେ ପ୍ରଭାରୀ ଚୈତନ୍ୟ ନାୟାକଙ୍କ ସୁପାରିଶ ଲ୍ରମେ ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶମତେ ଟ୍ରଷ୍ଟ ପକ୍ଷରୁ ଚିକିତ୍ସା ନିମନ୍ତେ ନଠୁଆବର ପଂଚାୟତ ନଗୁଆଁ ଗ୍ରାମର ଗୌରୀବାଳା ଦାସ,ଝିଅର ବିବାହ ଲାଗି ନଠୁଆବର ଗ୍ରାମର ନିରୁପମା ପରିଡା, ପୁଅର ଚିକିତ୍ସା ନିମନ୍ତେ ନଠୁଆବର ଗ୍ରାମର ସଞ୍ଜୁଲତା ବାରିକ, ପିଲାଙ୍କ ପାଠପଡା ନିମନ୍ତେ ନଠୁଆବର ପଂଚାୟତ ଟାକୁଠେଙ୍ଗ ଗ୍ରାମର ଓମପ୍ରକାଶ ପରିଡା, ପୁଅକୁ ନିଶାନିବାରଣ କେନ୍ଦ୍ରରୁ ଆଣିବା ଲାଗି ନଠୁଆବର ପଂଚାୟତ ଆଦମପୁର ଗ୍ରାମର ବେଣୁଧର ଦାସ, ଚିକିତ୍ସା ନିମନ୍ତେ ଆଦମପୁର ଗ୍ରାମର ତୁଳସୀ ଦାସ ,ଗୋଡ ଭଙ୍ଗା ଚିକିତ୍ସା ନିମନ୍ତେ ନଠୁଆବର ଗ୍ରାମର ଇନ୍ଦ୍ରମଣି ବେଜ, ପୁଅର ଅସ୍ତ୍ରୋପଚାର ନିମନ୍ତେ ନଠୁଆବର ପଂଚାୟତ ଟାକୁଠେଙ୍ଗ ଗ୍ରାମର ରଶ୍ମି ପଣ୍ଡାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଟ୍ରଷ୍ଟର ସଦସ୍ୟମାନେ ସମ୍ପୃକ୍ତ ଲୋକମାନଙ୍କ ପାଖରେ ପହଂଚି ଆର୍ôଥକ ସହାୟତା ଦେଇଛନ୍ତି । ୨୦୨୦ ମସିହା କରୋନା ସମୟରୁ ଟ୍ରଷ୍ଟ ପକ୍ଷରୁ ଗରିବ, ଦିନମଜୁରିଆ ଓ ଅସହାୟ, ଦଳିତ ଓ ନିଷ୍ପେଶିତ ଲୋକମାନଙ୍କ ପାଇଁ ଆରମ୍ଭ ହୋଇଥିବା ସହାୟତା ପ୍ରଦାନ ଅଦ୍ୟାବଧି ଜାରିରହିଛି । ଆଗକୁ ଅସହାୟ, ଅବହେଳିତ ଓ ନିଷ୍ପେଶିତ ଲୋକମାନଙ୍କ ପାଇଁ ଏଭଳି ସହାୟତା ଜାରିରହିବ ବୋଲି ଟ୍ରଷ୍ଟର ନିର୍ଦ୍ଦେଶକ ତଥା ଧର୍ମଶାଳା ବିଧାୟକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.