୮ ଏକର ଆଖୁ ନିଆଁ ଲାଗି ପାଉଁଶ

0 187

ଶେରଗଡ,(ପିପିଟି ନ୍ଯୁଜ୍)୧/୦୪- -ଶେରଗଡ ବ୍ଳକ ଅନ୍ତର୍ଗତ ତାକରଡା ଗ୍ରାମପଞ୍ଚାୟତର ତାକରଡା ଗ୍ରାମରେ ବୁଧବାର ଅପରାହ୍ନ ପ୍ରାୟ 5ଟା ବେଳେ ନିଆଁ ଲାଗି 40ଭରଣ ଆଖୁ ଫସଲ ପୋଡି ପାଉଁଶ ହୋଇଯାଇଛି ଖବର ପାଇ ଶେରଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସମସ୍ତ 40ଭରଣ ଆଖୁ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ପ୍ରକାଶ ଥାଉକି ଆଖପାଖର ହଣାଯାଇଥିବା ଆଖୁ ମୁଳକୁ ପୋଡିବାକୁ ନିଆଁ ଲଗାଇଥିବା ବେଳେ ଅତ୍ୟଧିକ ଖରା ଓ ପବନ ଯୋଗୁଁ ନିଆଁକୁ ରୋକି ନ ପାରିବାରୁ ଆଖୁ ବିଲ ଭିତରକୁ ନିଆଁ ଲାଗିଯାଇଥିଲା । ଏଥିରେ କବିରାଜ ପ୍ରଧାନ,କବି ନାୟକ,ରଘୁ ବେହେରା, କବି ବେହେରା ଓ ବାଳକୃଷ୍ଣ ଜାନିଙ୍କ 40ଭରଣ ପୋଡି ନଷ୍ଟ ହୋଇଯାଇଛି ।ସେପେଟେ ଆହୁରି 1000ଭରଣର ଆଖୁ ଥିଲେ ମଧ୍ଯ ଚିନିକଳ 7ତାରିଖ ପରେ ବନ୍ଦ ହେବାକୁ ଯାଉଛି ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି

Leave A Reply

Your email address will not be published.