୬ ବର୍ଷର ବାଳକ ଆର୍ଶୀବାଦ ଯୋଜନାରରେ ସାମିଲ।

0 233

କବିସୂର୍ଯ୍ଯ ନଗର,୦୧/୦୭(ପିପିଟି); କବିସୂର୍ଯ୍ୟନଗର ବ୍ଲକର ରିଷିପୁର ପଞ୍ଚାୟତ ଅନ୍ତର୍ଗତ ରତ୍ନପୁର ଗ୍ରାମର ବଳରାମ ଦାସ (୬)କୁ ଆର୍ଶୀବାଦ ଯୋଜନାରେ ସାମିଲ କରାଯାଇଛି। କରୋନା ମହାମାରୀରେ ବଳରାମର ପିତା ସ୍ବର୍ଗତ ଦିଲ୍ଲୀପ ଦାସ ଓ ମାତା ସ୍ବର୍ଗତ ସୂଜତା ଦାସଙ୍କ ମୃତ୍ଯୁ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାର ଆରମ୍ଭ ହୋଇଥିବା ଆର୍ଶୀବାଦ ଯୋଜନାରେ ଅନାଥ ପିଲାମାନଙ୍କର ଥଇଥାନ ବ୍ଯବସ୍ଥା ରହିଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବିଡ଼ିଓ ବାସୁଦେବ ନାୟକ,ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ ରତ୍ନପୁର ଗ୍ରାମରରେ ପହଞ୍ଚି ବଳରାମକୁ ଆର୍ଶୀବାଦ ଯୋଜନାର ସାମିଲ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଡିପିଓ ବୀଣାପାଣି ମିଶ୍ର, ଆଠଗଡପାଟଣା ସରପଞ୍ଚ ସୁନୀଲ କୁମାର ପୋଲେଇ,ଖଜପଲ୍ଲୀ ସରପଞ୍ଚ ଗୌରହରୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.