ସାନଖେମୁଣ୍ଡି,୧୪/୧୨(ପିପିଟି): ଆଜି ସକାଳ ସମୟରେ ପାଟପୁର ଥାନାର ଏସ.ଆଇ ସାନ୍ତନୁ କୁମାର ଦିଗାଲ ଥାନା ର ଅନ୍ୟ ଷ୍ଟାପ୍ ମାନଙ୍କ ସହିତ ଅବକାରୀ ଧରପଗଡ଼ କରିବା ନିମନ୍ତେ ଘାସିଆମ୍ବ ଗ୍ରାମ ପଟେ ଯାଇଥିଲେ । ସେମାନେ ଦଶେଇପୁରରୁ ଘାସିଆମ୍ବ ଗ୍ରାମ ପଟେ ଯାଇଥିବା ସମୟରେ ରାସ୍ତାରେ ଦେଖିଲେ ଗୋଟିଏ କଳା ଏବଂ ନାଲି ରଙ୍ଗର ସ୍କୁଟି ଗାଡିରେ ଜଣେ ପୁରୁଷ ଓ ଜଣେ ମହିଳା ଦୁଇ ଗୋଟି ଜରି ଅଖା ରେ କିଛି ଜିନିଷ ଭର୍ତ୍ତି କରି ଦ୍ରୁତ ଗତିରେ ଘାସିଆମ୍ବ ଗ୍ରାମ ପଟରୁ ଆସୁଛନ୍ତି । ପୋଲିସ ଷ୍ଟାଫ୍ ସେମାନଙ୍କୁ ରାସ୍ତାରେ ଅଟକାଇଲେ କିନ୍ତୁ ସେମାନେ ସେଠାରେ ନ ଅଟକି ଦ୍ରୁତ ଗତିରେ ଗାଡି ଚଳାଇ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ଷ୍ଟ|ଫ ଉକ୍ତ ଦୁଇଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ତାପରେ ଜରି ଅଖା ଦୁଇଟିକୁ ତଲାସି କରିବାରେ ସେଥିରୁ ସମୁଦାୟ ୫୦.୯୦୦ କେଜି ଗଞ୍ଜେଇ ପାଇଲେ । ଉକ୍ତ ଗଞ୍ଜେଇକୁ ଓଜନ କରି ଜବତ କରାଗଲା । ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇକୁ ସିଲକରି , ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ବାବଦରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କ ନାମରେ ପାଟପୁର ଥାନା ମାମଲା ନଂ-୪୧୮/୨୧ରେ ଏକ ମକଦ୍ଦମା ରୁଜୁ କରାଯାଇଅଛି ଓ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି ।
(ରିପୋର୍ଟ- ଆରତ କୁମାର ହୋତା। )
Next Post