ହିଞ୍ଜିଳିକାଟୁ,୧୫/୦୮(ପିପିଟି); ଆଗକୁ ଆସୁଛନ୍ତି ୧ ଶହ ବିଧାୟକ । ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଏବଂ ଶେରଗଡରେ ହୋଇଥିବା ୫୦ଟି ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଳାସ ଭିତ୍ତିଭୂମି ଉପରେ ପରିଦର୍ଶନ କରିବେ। ଏହି ଡେମୋ ପ୍ରକଳ୍ପକୁ ଦେଖିବେ ୧୦୦ ବିଧାୟକ । ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସରେ ମଧ୍ଯ ରାଜ୍ୟ ୫ଟି ସଚିବ ଭି.କେ.ପାଣ୍ଡିଆନ ନିର୍ମିତ ହୋଇଥିବା ସ୍ମାର୍ଟ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ପରଖିବାକୁ ଆସିଥିଲେ । ପ୍ରାୟ ୫୦ଟି ବିଦ୍ୟାଳୟର ଉନ୍ନୟନ ଉପରେ ସମୀକ୍ଷା କରିବେ ବୋଲି ଆଲୋଚନା ହେଉଛି ଯଦି ସବୁ କିଛି ଠିକ୍ ଠାକ୍ ରହେ ତେବେ ୫ଟି ସଚିବ ସନ୍ତୁଷ୍ଟ ତାହେଲେ ଆଗାମୀ ୧୯ ତାରିଖ ଠାରୁ ଏକ ଶହ ବିଧାୟକ ମାନଙ୍କ ପରିଦର୍ଶନରେ ଆସିବା ହେବ ବୋଲି ଜଣା ଯାଇଛି । କେତେକ ବିଦ୍ୟାଳୟ ଗୁଡିକରେ ଭିତ୍ତିଭୂମିର ନୂତନତ୍ଵ ଦେବାରେ ବିଫଳ ହୋଇଥିବାରୁ ବିଧାୟକଙ୍କ ପରିଦର୍ଶନ ପାଇଁ ଦିନ ଘୁଞ୍ଚି ବି ଯାଇପାରେ ! ଏହି ପ୍ରକଳ୍ପ ସ୍ମାର୍ଟ ସ୍କୂଲ ସର୍ବସମ୍ମତ ଆଦୃତ ହେଲେ ଓଡିଶାର ସମସ୍ତ ବିଦ୍ୟାଳୟ ଗୁଡିକୁ ଏଭଳି କରାଯିବ ବୋଲି ରାଜ୍ୟସରା ଆଲୋଚନା ହେଉଛି । ଦେଖାଯାଉ ସ୍ମାର୍ଟ ସ୍କୂଲ ଓ କ୍ଳାସ କେଉଁ ଭଳି କ୍ରାନ୍ତି ଆଣିବ ନା ହିଞ୍ଜିଳି କୃଷକ ବଜାର ନିର୍ମାଣ ପରେ ଡ଼ମ୍ପିଂଙ୍ଗ ୟାର୍ଡକୁ ଗଲାଭଳି ଆଗାମୀ ଦିନରେ ଏହି ଭଳି ପରିସ୍ଥିତି ଦେଖାଯିବନି ତ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ଖୋରାକ ସାଜିଛି ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା ।)