୪୦ ଜଣ ପ୍ରବାସୀ ଓଡ଼ିଆ ଗୁଣପୁର ସଙ୍ଘରୋଧ କେନ୍ଦ୍ର ଠାରୁ ଚାଲିଯାଇଛନ୍ତି ।

0 106

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୨/୦୫, କେସିଙ୍ଗା, ଗୋଳାମୁଣ୍ଡା, କର୍ଲାପଡା ବ୍ଲକର ୪୦ ଜଣ ଶ୍ରମିକ ଥୁଆମୂଳ ରାମପୁର ବ୍ଲକ ଗୁଣପୁର ସଙ୍ଘରୋଧ କେନ୍ଦ୍ର ଠାରୁ ସକାଳ ୮ ଘଣ୍ଟା ସମୟରୁ ୪୨ କିମି ଚାଲି ଚାଲି ମଧ୍ୟାନ୍ନ ୧ ଘଣ୍ଟା ସମୟରେ ଭବାନୀପାଟଣା ପୋଲିସ ଚାଲିଯିବାର ଦେଖି ତାଙ୍କୁ ଅଟକାଇ ଖାଇବା ଅନ୍ୟ ଏକ ସଂଘରୋଧ କେନ୍ଦ୍ରକୁ ପଠାଇଦେବୁ କହିଛନ୍ତି ।ସେମାନେ ଗତ ୧୮ ତାରିଖ ଦିନ ନିଜସ୍ୱ ଖର୍ଚରୁ ଏକ ବସ ଯୋଗେ ଖରିଆରୋଡ଼ ପହଞ୍ଚିଥିଲେ । ସେଠୁ ପ୍ରଶାସନ ତରଫରୁ ଗୁଣପୁର ସଂଘରୋଧ କେନ୍ଦ୍ରକୁ ନେଇଯାଇଥିଲେ । ସେହିକେନ୍ଦ୍ର ରେ ପିଇବା ପାଣି,ଶୌଚାଳୟ , ବିଦ୍ୟୁତ , ମୋବାଇଲ ନେଟୱର୍କ ବ୍ଯବସ୍ଥା ନଥିବାରୁ  ଚାଲି ଚାଲି ଆସୁଛୁ ବୋଲି ପ୍ରବାସୀ ଓଡ଼ିଆ ଦିନେସ ସାହୁ,ହିମାନ ଗୌଡ଼ କହିଛନ୍ତି  ।
ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.