ଭଞ୍ଜନଗର,୦୭/୧୧(ପିପିଟି): ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖା ତରଫରୁ ରବିବାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ନୂତନ ଭାବେ କାଯ୍ୟରେ ଯୋଗ ଦେଇଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ଶତପଥି ଗଜପତି ଜିଲ୍ଲାରୁ ଏଠାକୁ ବଦଳି ହୋଇ ଆସିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ୟୁଜେଏ ର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼ ମଞ୍ଚରେ ଉପସ୍ଥିତ ଥିଲେ।ବ୍ଲକ ସଂଯୋଜକ ନଚିକେତ ପ୍ରଧାନ ସଭାକର୍ଯ୍ୟ ପରିଚାଳନା କରିଥିଲେ ।ଏସ.ଡି. ଆଇ.ପି.ଆର.ଓ ଙ୍କୁ ସଂଘର ସଭାପତି ଓ ସମ୍ପାଦକ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।ଏହାପରେ ୟୁଜେଏ ର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପରିଚୟ ଆଦାନ ପ୍ରଦାନ ହୋଇଥିଲା । ଭଞ୍ଜ ମାଟିର ସାମ୍ବାଦିକ ମାନଙ୍କ ଲେଖା କଥା କହିବା ସହ ଅନ୍ୟମାନଙ୍କୁ ଉତ୍ତମ ଦିଗ ଦର୍ଶନ ଯୋଗାଇଥାଏ ତେଣୁ ଭଞ୍ଜନଗର ଅଞ୍ଚଳର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ସମସ୍ତଙ୍କ ପାଇଁ ଆଦର୍ଶ ହେବା ସହ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚେଇବା ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ଶତପଥୀ କହିଥିଲେ। ସେହିପରି ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ ସୂଚନା ପ୍ରଦାନ କରିବା ସହ ସମସ୍ତ ସାମ୍ବାଦିକଙ୍କୁ କିଭଳି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ବିଷୟରେ ଆଲୋଚନା କରିଥିଲେ। ସଙ୍ଘରେ ଏକତା ରଖିବା ସହ ଖବର ସଂଗ୍ରହ ରେ ସହଯୋଗ କରିବାପାଇଁ ସମ୍ପାଦିକ ରବୀନ୍ଦ୍ର ଗୌଡ଼ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ଜେନା, କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ, ସଦସ୍ୟ ଚିନ୍ମୟ କୁମାର ବେବର୍ତ୍ତା, ବବି ରଥ, ଧନଞ୍ଜୟ ପଟ୍ଟନାୟକ, ଆଶିଷ କୁମାର ଗୌଡ଼ ଓ ଅନ୍ୟ ମାନେ ନିଜର ମତାମତ ରଖିଥିଲେ। ଏଥିସହ ୟୁଜେଏ ର ମାସିକ ବୈଠକ ରେ ସମସ୍ତ ସଦସ୍ୟଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଶେଷରେ ସାହ ସମ୍ପାଦକ ନିଲୁ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ପ୍ରାୟ ୨୫ଜଣ ସଦସ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )P