ଭଞ୍ଜନଗର,୧୬/୧୧(ପିପିଟି): ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ ଡ଼.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ସମାଜସେବୀ ଶୂଳପାଣି ଶତପଥୀ,ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ଅସ୍ଥାୟୀ ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ,ୟୁଜେଏ ର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼ ମଞ୍ଚରେ ଉପସ୍ଥିତ ଥିଲେ।ଏଥିରେ ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ।ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା, ସାମ୍ବାଦିକ ବବି ରଥ ଜାତୀୟ ପ୍ରେସ ଦିବସର ମହତ୍ତ୍ୱ, ସାମ୍ବାଦିକ ମାନଙ୍କ ଭୂମିକା ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ନିରପେକ୍ଷ ଖବର ପରିବେଷଣ କରି ଜନସାଧାରଣଙ୍କୁ ସଚେତନ କରିବା ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।ସଭା ଆରମ୍ଭରେ ସହ ସମ୍ପାଦକ ନିଲୁ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିଲେ ଓ ବ୍ଲକ ସଂଯୋଜକ ନଚିକେତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସଂଘର ସଦସ୍ୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ସେହିପରି ଭଞ୍ଜନଗର ପ୍ରେସ କ୍ଲବ ଠାରେ ମଧ୍ୟ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଏଥିରେ ସଭାପତି ଲୋକନାଥ କର, ସମ୍ପାଦକ ବାବୁଲା ପ୍ରଧାନ, ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର, ୟୁଜେଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ନେତାଜୀ ବିଷୋୟୀ ମଞ୍ଚରେ ଉପସ୍ଥିତ ଥିଲେ। ଅତିଥିମାନଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକ ମାନେ ଏହି ଦିବସର ଉଦ୍ଦେଶ୍ୟରେ ଓ ପରସ୍ପର ମଧ୍ୟରେ ଏକତା ସମ୍ପର୍କରେ ଆଲୋଚନା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )