ହେଡ଼କ୍ବାଟର ନାହାଁନ୍ତି ଶିକ୍ଷକ ଅନୁପସ୍ଥିତ ତାଲିକାରେ ତୃଟି ରହିଥିବା ଅଭିଯୋଗ ।

0 210

ରାମନାଗୁଡା,(ପିପିଟି)୨୯/୦୪- ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ହେଡ଼କ୍ବାଟରେ ନାହାନ୍ତି ଅଧିକାଂଶ ଶିକ୍ଷକ।କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ରାମନାଗୁଡା ଆର୍ଦଶ ବିଦ୍ୟାଳୟ ସହ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡ଼ିକ ସହ ହେଡ଼କ୍ବାଟର ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ରହିଥିବା ବେଳେ ଅଧିକାଂଶ ଶିକ୍ଷକ ଅନୁପସ୍ଥିତ ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଅନ୍ୟ ପକ୍ଷରେ କେଉଁ କାରଣରୁ ସେମାନେ ଅନୁପସ୍ଥିତ ରହିଛନ୍ତି କାହିଁକି ସେମାନଙ୍କ ବିରୋଧରେ ସରକାରୀ ନିୟମ ଅବମାନନା କରୁଥିବାରୁ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନି।  ଏଥିପାଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀ ମିଳିତଭାବେ କାର୍ଯ୍ୟ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହେଡ଼କ୍ବାଟର ନଛାଡିବା ପାଇଁ କୁହାଯାଇଥିଲା।ଅନ୍ୟ ପକ୍ଷରେ ରାମନାଗୁଡାବ୍ଳକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହେଡ଼କ୍ବାଟର ଛାଡି ଗାଁ କୁ ଚାଲି ଯାଇଥିବା ଅନେକ ଶିକ୍ଷକଙ୍କ ଠାରୁ ସୂଚନା ମିଳିଛି।ସେହିପରି ୩ତାରିଖରେ ବାହାର ରାଜ୍ୟରୁ ଶ୍ରମିକ ମାନେ ଫେରିବାକୁ ଥିବାବେଳେ ଶିକ୍ଷକମାନଙ୍କ ଅନୁପସ୍ଥିତି ଅନେକ ବିଦ୍ୟାଳୟରେ  କ୍ବାରେଟାଇନ କେନ୍ଦ୍ର କରାଯାଇଥିବାବେଳେ ଶିକ୍ଷକମାନଙ୍କ ଅନୁପସ୍ଥିତି ସରକାରଙ୍କ କରୋନା ମୁକାବିଲାକୁ ବିପଦଜନକ ଆଡକୁ ଠେଲି ଦେବ ବୋଲି ସାଧାରଣରେ ଆଲୋଚନା ହେଉଛି।ସେହିପରି ଅନେକ ଶିକ୍ଷକ ହେଡ଼କ୍ବାଟର ରହିନଥିବାବେଳେ ମାର୍ଚ୍ଚ ମାସର ଦରମା ମଧ୍ୟ ନେଇଥିବା ଜଣାପଡିଛି।ସେହିପରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ଉକ୍ତ ଶିକ୍ଷକମାନଙ୍କ ବିରୋଧରେ କୈଣସି କାର୍ଯ୍ୟ ନୁଷ୍ଠାନ କରାଯାଇନାହିଁ।ଏନେଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୂଜନ ମଲ୍ଲିକଙ୍କୁ ପଚାରିବାରୁ କଥାକୁ ହାଲୁକା ଭାବେ ନେଇ ୮ଜଣ ଶିକ୍ଷକ ଅନୁପସ୍ଥିତ ଥିବା କହିଥିଲେ ଏ ନେଇ ଅନେକ ବିଦ୍ୟାଳୟ ସହ କ୍ବାରେଟାଇନ କେନ୍ଦ୍ର କରାଯାଇଥିଲେ ମଧ୍ୟ ଶିକ୍ଷକମାନେ ରହୁନଥିବାରୁ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.