ହୀନ ରାଜନୀତିର ଶିକାର ହୋଇ ଗାଁ ସରକାରୀ କ୍ବାରେଣ୍ଟାଇନ ରହୁଛନ୍ତି ଯୁବକ, କାର୍ ଭିତରେ ରହି ସମୟ କାଟୁଛନ୍ତି ଯୁବକ ।

0 433

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୩/୦୫, ପ୍ରବାସୀ ଓଡ଼ିଆ ମାନେ ଫେରିବା ପରେ ସେମାନଙ୍କୁ ହୋମ କ୍ବାରେଣ୍ଟାଇନ ନତୁବା ସ୍ୱତନ୍ତ୍ର କ୍ଵରେଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯିବାକୁ ନିର୍ଦ୍ଦେଶ ହୋଇଛି । ହେଲେ କିଛି ସ୍ଥାନରେ ହୀନ ରାଜନିତୀ ଓ କୁଟ ଚକ୍ରାନ୍ତ କରି ବାଧ୍ୟ ବାଧ୍ୟତା ଭାବେ ସଙ୍ଗ ରୋଧ କେନ୍ଦ୍ରରେ ରଖାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଥିବା କ୍ଵରେଣ୍ଟାଇନ ସେଣ୍ଟରରେ ।ପ୍ରକାଶ ଯେ ମାଧବ ପାତ୍ର ନାମକ ଜଣେ ଯୁବକ ବିହାର ରାଜ୍ୟରୁ ରାଜ୍ୟ ସରକାର ଏବଂ ଗଞ୍ଜମ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ଫେରିବା ପରେ ବ୍ରହ୍ମପୁରରେ ହୋମ କ୍ଵରେଣ୍ଟାଇନରେ ୧୪ ଦିନ ରହିଥିଲେ। ଏହାପରେ ନିଜ ଗାଁ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁକୁ ଫେରିଥିଲେ। ହେଲେ ସେଠି କିନ୍ତୁ ରାଜନିତୀ ଚକ୍ରାନ୍ତ କରି କ୍ଵରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରିଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ରିପୋର୍ଟ -ସାଇଦୀପ ପୂଜାରୀ ।

Leave A Reply

Your email address will not be published.