ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରିଗାଁରେ କୋଭିଡ୍ ନିୟମର ଉଲଂଘନ କରି ଫସିଲେ ଗ୍ରାମବାସୀ ।

0 347

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ ମାହାମାରୀ କରୋନାକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବା ବେଳେ ଏହାକୁ ପୁରୁଷୋତ୍ତମପୁର ବ୍ଳକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରିଗାଁରେ ଉଲଂଘନ କରିଛନ୍ତି । ପ୍ରଶାସନ ସ୍ତରରେ ସଚେତନତାକୁ ଗୁରୁତ୍ୱ ନ ଦେଇ ରବିବାର ସ୍ଥାନୀୟ ସରପଞ୍ଚ ଶତାଧିକ ଯୁବକ ଓ ଗ୍ରାମବାସୀଙ୍କୁ ଏକତ୍ରିତ କରି କ୍ରିକେଟ ମ୍ୟାଚ ଆରମ୍ଭ କରିଥିଲେ। ଏହି ଅଭିଯୋଗରେ ଖବର କାଗଜରେ ପ୍ରସାରିତ ହେବା ପରେ ଏବେ କୋଭିଡ ଉଲଂଘନ କାରୀଙ୍କୁ ମହଙ୍ଗା ପଡିଛି ।ପୁରୁଷୋତ୍ତମପୁର ତହସିଲଦାର ଏତଲା କ୍ରମେ ଗୁରୁବାର ହିଞ୍ଜିଳି ପୋଲିସ କୋଭିଡ ନିୟମ ଉଲଂଘନ କାରୀଙ୍କୁ ହିଞ୍ଜିଳି ଥାନାକୁ ଆଣି କେଶ ନଂ ୨୬୩/୨୦ ରେ ଏକ ମାମଲା ରୁଜୁ କରି ୨୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.