ହିଞ୍ଜିଳି କାଟୁ ବ୍ଲକର ମକରଝୋଳ ପଞ୍ଚାୟତରେ ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ସମୀକ୍ଷା ।

0 322

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ; ଜିଲ୍ଲା ପ୍ରଶାସନ ଓ ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ବୁଧବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳି ବ୍ଳକ ମକରଝୋଳ ପଞ୍ଚାୟତରେ ପହଞ୍ଚିଥିଲେ ବିଡ଼ିଓ, ତହସିଲଦାର, ଏସଡ଼ିପିଓ,ସିଡିପିଓ ଓ ଆଇଆଇସିଙ୍କ ସହ କୋଭିଡ ମୁକାବିଲା ସଂକ୍ରାନ୍ତରେ ଆଲୋଚନା ସହ ସମୀକ୍ଷା କରିଥିଲେ । ସମ୍ପୃକ୍ତ ପଞ୍ଚାୟତରେ ଚିହ୍ନଟ ହୋଇଥିବା ସ୍ୱଳ୍ପ ଲକ୍ଷଣ ରୋଗୀ ପୃଥକ ବାସରେ ଏବଂ କୋଭିଡ କେୟାର ହୋମରେ ଥିବା ୪ ଜଣ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ସଂକ୍ରାନ୍ତରେ କୋଭିଡ ମନିଟର ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହ ସେ ଆଲୋଚନା କରିଥିଲେ।ଜିଲ୍ଲାପାଳ ପଞ୍ଚାୟତ ସ୍ତରରେ ସଚେତନତାକୁ ବ୍ୟାପକ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରେ ବିଡିଓ ପ୍ରସନ୍ନ କୁମାର ପାତ୍ର ଡ଼ାକବାଜି ଯନ୍ତ୍ର ମାଧ୍ୟମରେ କରୋନା ଭୁତଣୁର ଭୟାବହତା ଏବଂ କିଛି ଲକ୍ଷଣ ପ୍ରକାଶ ପାଇଲେ ରୋଗ ନ ଲୁଚାଇ ଚିକିତ୍ସା ସକାଶେ ପ୍ରଶାସନକୁ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ଗ୍ରାମ ପୋଖରୀରେ ଗାଧୋଇବା,ତାସ, କ୍ରିକେଟ ଓ ଭଳିବଲ ଆଦି ଖେଳ ଗୁଡ଼ିକରୁ ନିବୃତ୍ତ ରହିବା ସକାଶେ ସଚେତନ କରିଥିଲେ। ସମସ୍ତେ କୋଭିଡ ନିୟମ ମାନି ମାସ୍କ ଧାରଣ, ସାମାଜିକ ଦୂରତା ମାନିବା ଓ ହାତକୁ ବାରମ୍ବାର ସାବୁନରେ ଧୋଇବାକୁ ନିବେଦନ କରିଥିଲେ।କୌଣସି ପରିସ୍ଥିତିରେ ଭୟଭୀତ ନ ହୋଇ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ଆମ୍ବୁଲାନ୍ସ ସେବା ଉପଲବ୍ଧ ଥିବା, କୋଭିଡ ମନିଟର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହଯୋଗ କରି ରୋଗ ମୁକ୍ତ ହେବା ପାଇଁ ସଚେତନ କରିଥିଲେ। ସ୍ୱାବ ନମୁନା କିମ୍ବା ଏଣ୍ଟିଜେନ ପରୀକ୍ଷା ପରେ ସଂକ୍ରମଣଙ୍କ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ ରହିଛି ବୋଲି ବିଡ଼ିଓ କହିଥିଲେ।ଅନ୍ୟାନ୍ୟ ମଧ୍ୟରେ ଆଶା କର୍ମୀ, ଅଙ୍ଗନବାଡ଼ି ଏବଂ କୋଭିଡ ମନିଟର ଉପସ୍ଥିତ ଥିଲେ । ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.