ହିଞିଳିକାଟୁ ବ୍ଳକରେ ଆମ ସ୍ୱାସ୍ଥ୍ୟ ଆମ ଦାଇତ୍ୱ କାର୍ଯ୍ୟକ୍ରମ ।

0 546

ହିଞ୍ଜିଳିକାଟୁ,(ପିପିଟି ନ୍ଯୁଜ୍)୦୫/୦୬,ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର  ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ହିଞିଳିକାଟୁ ବ୍ଳକ ସ୍ଥିତ ଖଣ୍ଡରା ଗ୍ରାମରେ  ” ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ଵ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ,ତହସିଲଦାର ଗୋପୀନାଥ କୁଅଁର,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ,ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ । ହିଞ୍ଜଳିକାଟୁ ବ୍ଳକ  ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ଶାଖା ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଶନ ଶକ୍ତି କୋଭିଡ ୧୯ ସ୍ବୟଂସିଦ୍ଧା ଗୋଷ୍ଠୀ ମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ  ହୋଇଛି ।ସାରା ବିଶ୍ଵ ଏବେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି  । ଯାହାଫଳରେ ସମସ୍ତ ଜନସାଧାରଣଙ୍କ ମନ ଭିତରେ କୋକୁଆ ଭୟ ଭଳି ପରିସ୍ଥିତି ସୃଷ୍ଟି ହୋଇପାରିଛି ।ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲାର ଜନସାଧାରଣ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରଖାଯାଇଥିଲା  । ଏଭଳି ପରିସ୍ଥିତିରେ ଅଙ୍ଗନୱାଡ଼ି ଓ ଆଶାକର୍ମୀ ଓ ଡାକ୍ତର ସମେତ ପ୍ରଶାସନ ଗ୍ରାମ ପରିକ୍ରମା କରି ନିଜ ଜୀବନକୁ ବାଜି ଲଗାଇ ଜଣେ କରୋନା ଯୋଦ୍ଧା ଭାବେ ଲୋକମାନଙ୍କ ପାଖରେ ପହଞ୍ଚି ସଚେତନତା କରାଯାଇଥିଲା ।  କରୋନା ସଂକ୍ରମଣ ଭୂତାଣୁ ଠାରୁ ରକ୍ଷା ପାଇବା ଏବଂ ଦୂରେଇ ରହିବା ପାଇଁ ପ୍ରଥମେ ନିଜେ ସଚେତନ ହେବା ସହ ଅନ୍ଯମାନଙ୍କୁ ସଚେତନ କରାଇବା ଏବଂ କରୋନାକୁ ନ ଡରି ସାହାସର ସହ ଲଢେଇ କରିବା ପାଇଁ ଜନସାଧାରଣଙ୍କୁ ତାଲିମ ଦେବା ପାଇଁ ଆଲୋଚନା କରାଯାଇଥିଲା । ଏପରିକି ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ଥିବା ଅନ୍ତେବାସୀ ମାନଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବା , ମାସ୍କ ବ୍ୟବହାର , ବାରମ୍ବାର ହାତ ସଫା କରିବା , ପରିବେଶ ସଫାସୁତୁରା ରଖିବା ପାଇଁ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରାଇବା ପାଇଁ କହିଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସର ସୁପରଭାଇଜର ବନଜା ବେହେରା, ଶାରଦା ଶତପଥୀ, ବିପିସି ନଳିନୀ ସିଂ, ଅଙ୍ଗନୱାଡ଼ି କର୍ମୀ , ଏସଏଚଜି ଗ୍ରୁପ ସଦସ୍ୟ , ସ୍ବେଚ୍ଛାସେବୀ , ଶିକ୍ଷକ , ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.