ହିଞିଳିକାଟୁରେ ବିଶୋଧକ ସିଞ୍ଚନ ଆରମ୍ଭ ।

0 22

ହିଞିଳିକାଟୁ,(ପିପିଟି ନ୍ଯୁଜ୍) :୧୦/୦୪- ହିଞିଳିକାଟୁ ପୋୖର ପରିଷଦରେ ବୁଧବାର ଆରମ୍ଭ ହୋଇଛି କୀଟନାଶକ ସିଞ୍ଚନ କାର୍ଯ୍ୟକ୍ରମ ।କରୋନା ସଂକ୍ରମଣ ପ୍ରତିହିତ କରିବା ନିମନ୍ତେ ପୋୖର ପ୍ରଶାସନ ତରଫରୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ପନିପରିବା ବଜାର, କୋର୍ଟ,ଏନଏସି ହାଇସ୍କୁଲ, ମୁନିସିପାଲଟି ଅଫିସ ,ଥାନା ସାମ୍ନା ରେ କ୍ଲୋରିନ ଓ ବ୍ଲୁଚିଂ ପାଉଡର ପକାଇ ବିଶୋଧନ କରାଯାଇଛି । ସହରର ବିଭିନ୍ନ କାର୍ଯ୍ୟାଳୟ , ଦେବାଳୟ ଓ ସର୍ବ ସାଧାରଣ ସ୍ଥାନ ଗୁଡିକରେ ଏହି ବିଶୋଧନ ପ୍ରକ୍ରିୟା କରାଯିବ ।ଏହି କାର୍ଯ୍ୟକ୍ରମରେ ପୋୖର ପରିଷଦ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, ଅଗ୍ନିଶମ ବିଭାଗ ଅଧିକାରୀ ଲବ ନାୟକଙ୍କ ସମେତ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.