ହିଂଜିଳିକାଟୁ ଯୁବପିଢିଙ୍କ ଅଭିନବ ପ୍ରୟାସ ।

0 703

ହିଞ୍ଜିଳିକାଟୁ,(ପିପିଟି ନ୍ଯୁଜ୍)୦୭/୦୬, ହିଂଜିଳିକାଟୁ ମାଟିର କିଛି ଯୁବ ବର୍ଗଙ୍କ ପ୍ରୟାସ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଦେବ । ଲକଡାଉନର  ସଚେତନତା ବାର୍ତା ବହନ କରୁଥିବା ଏକ କ୍ଷୁଦ୍ର ଚଳଚିତ୍ର  “ଅଭିଳାଷ” ଯାହାକି  ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ କୁମାର ସାହୁଙ୍କ ଦ୍ୱାରା ନିଦେର୍ଷିତ କ୍ଷୁଦ୍ର ଚଳଚିତ୍ରଟି ବେଙ୍ଗଲ ଲକଡାଉନ  ଅନଲାଇନ ଫିଲ୍ମ ଫେଷ୍ଟିଭଲ  କମିଟି ଦ୍ୱାରା ମନୋନୀତ ହୋଇ ଜାତୀୟସ୍ତର ଚଳଚିତ୍ର ମହୋତ୍ସବକୁ  ମନୋନୀତ ହୋଇଛି । ଏହି ଚଳଚିତ୍ରରେ ମୁଖ୍ୟଭୂମିକାରେ ନୃତ୍ୟମ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସଙ୍କ ନିଖୁଣ ଅଭିନୟ ଜାତୀୟ ସ୍ତରରେ ମନୋନୀତ ହେବାପାଇଁ ମାପକାଠି ସାବସ୍ତ୍ୟ ହୋଇଛି। କ୍ୟାମେରାମେନ ଟି. ଶ୍ରୀନିବାସ ଦାସ , ରବି ସାହୁ ଓ ଗୋପାଳ ମହାନ୍ତି ଏହି ଚଳଚିତ୍ରକୁ ଖୁବ ନିଖୁଣ ଭାବରେ ଚିତ୍ରଉତ୍ତୋଳନ କରି ବିଚାରକ ମଣ୍ଡଳୀକୁ ଆକୃଷ୍ଟ କରିଛନ୍ତି। ଏହି ଚଳଚିତ୍ରର ନିର୍ମାଣରେ  ରଂଜନ କୁମାର ସାହୁ ସହ ନିର୍ଦ୍ଦେଶନା କରିଥିଲେ । ନିର୍ମାଣ କାର୍ଯ୍ୟରେ ସୋମନାଥ ବେହେରା, ପ୍ରଭାତ ମହାରଣା , ଚିମନ ସାହୁ , କେଶବ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ହିଂଜିଳିକାଟୁ ମାଟିର କିଛି ଯୁବପିଢ଼ିଙ୍କ ଅଭିନବ ପ୍ରୟାସ ଆଗାମୀ ଦିନରେ ଗଂଜାମ ମାଟିକୁ ଗର୍ବ ଓ ଗୌରବ ଆଣିବା ସହ ନୂତନ ପରିଚୟ ସୃଷ୍ଟି କରିବେ ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.