ସ୍ୱାମୀଙ୍କ ପଥ ଅନୁସରଣ କରିଛନ୍ତି ଅଭିନେତ୍ରୀ ଝିଲିକ ।

0 429

ଯାଜପୁର,୧୩/୦୭(ପିପିଟି) ;ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ସୁକିନ୍ଦା ଅଂଚଳରେ ଦରଦୀ ବନ୍ଧୁ ବୋଲି ବେଶ ପରିଚିତ ସୁଖ ହେଉବା ଦୁଃଖ ଲୋକଙ୍କ ପାଖରେ ପହଞ୍ଚନ୍ତି । ସ୍ୱାମୀଙ୍କ ପଥ ଅନୁସରଣ କରିଛନ୍ତି  ବିଧାୟକଙ୍କ ସ୍ତ୍ରୀ ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟଚର୍ଯ୍ୟ ଘଡେଇ କରୋନା ମହାମାରୀ କବଳରେ ସାରା ପୃଥିବୀ ଏଥିରେ ଯାଜପୁର ବାଦ ପଡିନି ଏଭଳି ସମୟରେ ସ୍ୱାମୀଙ୍କ କାନ୍ଧରେ କାନ୍ଧ  ମିଳାଇ ଶୁଖିଲା ଖାଦ୍ୟ ନିଜେ ପ୍ୟାକିଙ୍ଗ କରି ସୁକିନ୍ଦା ସମସ୍ତ ପଂଚାୟତ ଗରିବ ଲୋକମାନଙ୍କୁ ପଠାଇଛନ୍ତି । ଏହା ଭିତରେ ଝିଲିକ ନଗଡା ଗସ୍ତ କରି ନଗଡା ବାସୀଙ୍କୁ କରୋନା ବିଷୟରେ ସଚେତନ କରିବା ସହିତ ଶୁଖିଲା ଖାଦ୍ୟ,ବସ୍ତ୍ର ବଣ୍ଟନ କରିଛନ୍ତି ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.