ସ୍ଵର୍ଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ ।

0 361

ଗାଙ୍ଗପୁର/ବେଲଗୁଣ୍ଠା, ୨୬/୦୭(ପିପିଟି); ଆଜି ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଅବସରରେ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ପାଳିତ ହୋଇଯାଇଛି । ଗତ ବର୍ଷ ଆଜିର ଦିନରେ ମହାବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ପାଳନ ଉତ୍ସବ ପରେ ଅଧ୍ୟକ୍ଷ ଅମୂଲ୍ୟ ଦାସ ନିଜ କର୍ମ ଭୂମିରେ ଇହଲୀଳା ସମ୍ବରଣ କରିଥିଲେ । ନିଜର ପ୍ରିୟ ଅଧ୍ୟକ୍ଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀକୁ ଆଡ଼ମ୍ବର ସହକାରେ ପାଳିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପ୍ରସ୍ତୁତି ସାରିଥିବା ବେଳେ ମହାମାରୀ କରୋନାର ଭୟାବହତା ଏବଂ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ନିରାଡ଼ମ୍ବର ଭାବରେ ପୁରାତନ ଛାତ୍ର ସଂଗଠନ ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆଜି ପ୍ରାତଃ ସମୟରେ ସଂଗଠନ ଉପସଭାପତି ପ୍ରହଲ୍ଲାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଦିବ୍ୟ ଲୋଚନ ବିଶ୍ଵାଳ, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ମହାନ୍ତି, ଅନ୍ୟତମ ଉପସଭାପତି ଶିଶିର କୁମାର ସ୍ଵାଇଁ, ଦୁଇ ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ ଏବଂ ଚିନ୍ମୟ ପୋଲାଇ, ସକ୍ରିୟ ସଦସ୍ୟ ଅରୁଣ କୁମାର ସେଠୀ, ସୁରେନ୍ଦ୍ର କୁମାର ଦାସ ଏବଂ ମହାବିଦ୍ୟାଳୟର କିଛି କର୍ମଚାରୀ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସ୍ଵର୍ଗତ ଦାସଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନରେ ବୃକ୍ଷରୋପଣ କରି ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଆହ୍ଵାନ ଦେଇଥିଲେ । ସେହିପରି ଗୋବରା ସ୍ଥିତ ବିଶ୍ଵ ଭାରତୀ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଅମୂଲ୍ୟ ଭାଇ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ,ଆସ୍କା ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠI ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ମାମା ପରିଡ଼ା, କମିଟି ସଦସ୍ୟ ଗୌର ହରି ପରିଡ଼ା, ସୁରେନ୍ଦ୍ର କୁମାର ଦାସ, ରାମ ଚନ୍ଦ୍ର ମହାନ୍ତି, ବିଭୁପାଦ ଜେନା, ଡକ୍ଟର ରତ୍ନ ସାଗର ମଳିକ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ଚିନ୍ମୟ ପୋଲାଇ, ଶିଶିର କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ ।
ସେହିପରି ସ୍ଵର୍ଗତ ଦାସଙ୍କ ଗ୍ରାମ ବିରିପୁର ଠାରେ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଗ୍ରାମର ନଦୀ ହିଡରେ ବୃକ୍ଷରୋପଣ କରାଯାଇଥିଲା । ଗୋବରା ସମ୍ବାଦ ସାହିତ୍ୟ ଘର ତରଫରୁ ଘୁମୁସର ମାଟିର ବରପୁତ୍ର ତଥା ଗୋବରା ସମ୍ବାଦ ସାହିତ୍ୟ ଘରର ସ୍ରଷ୍ଟା ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ସହ ବିଶ୍ଵ ଭାରତୀ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅମୂଲ୍ୟ ଭାଇ ସ୍ମୃତି କମିଟି ଅନୁଷ୍ଠାନ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ,ଆସ୍କା ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ଗୋବରା ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡକ୍ଟର ରତ୍ନ ସାଗର ମଳିକ, ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ଝାଡବନ୍ଧ ସମ୍ବାଦ ସାହିତ୍ୟ ଘର ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ମାମା ପରିଡ଼ା, କମିଟି ସଦସ୍ୟ ଗୌର ହରି ପରିଡ଼ା, ସୁରେନ୍ଦ୍ର କୁମାର ଦାସ, ରାମ ଚନ୍ଦ୍ର ମହାନ୍ତି, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ଚିନ୍ମୟ ପୋଲାଇ, ପ୍ରତାପ ଚନ୍ଦ୍ର ପରିଡ଼ା,ବାବୁ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଦାସଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅନୁଷ୍ଠାନ ପରିସରରେ ୫୧ ଟି ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରେସ୍ କ୍ଲବ ସଭାପତି
ପ୍ରଦ୍ୟୂମ୍ନ ପାତ୍ର, ସାହିତ୍ୟ ଘର ସମ୍ପାଦକ ଡକ୍ଟର ରତ୍ନ ସାଗର ମଳିକ ଏବଂ ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ପରିଚାଳନା କରିଥିବା ବେଳେ
ବିଶ୍ଵ ଭାରତୀ ଅନୁଷ୍ଠାନର ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ । ସେହିପରି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂଗଠନ ତରଫରୁ ଉପସଭାପତି ପ୍ରହଲ୍ଲାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଦିବ୍ୟ ଲୋଚନ ବିଶ୍ଵାଳ, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ମହାନ୍ତି, ଅନ୍ୟତମ ଉପସଭାପତି ଶିଶିର କୁମାର ସ୍ଵାଇଁ, ଦୁଇ ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ ଏବଂ ଚିନ୍ମୟ ପୋଲାଇ, ସଦସ୍ୟ ଅରୁଣ କୁମାର ସେଠୀ, ସୁରେନ୍ଦ୍ର କୁମାର ଦାସ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେହିପରି ସ୍ଵର୍ଗତ ଦାସଙ୍କ ଗ୍ରାମ ବିରିପୁର ଠାରେ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଗ୍ରାମର ନଦୀ ହିଡରେ ବୃକ୍ଷରୋପଣ କରାଯାଇଥିଲା ।
ସେହିପରି ଭୁବନେଶ୍ଵର ସ୍ଥିତ ଭାରତ ଜ୍ଞାନ ବିଜ୍ଞାନ ସମିତି କାର୍ଯ୍ୟାଳୟରେ ସମିତି ତରଫରୁ ସମ୍ପାଦକ ବ୍ଲୋରିନ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ବାସନ୍ତୀ ମହାନ୍ତି, ରାଜ୍ୟ ମହିଳା ସଶକ୍ତିକରଣ ସଂଯୋଜିକା ଉଷା ରାଣୀ ବେହେରା, ଅମୂଲ୍ୟ ଭାଇ ସ୍ମୃତି କମିଟି ତଥା ଭାରତ ଜ୍ଞାନ ବିଜ୍ଞାନ ସମିତି ସକ୍ରିୟ ସଦସ୍ୟ ଗୋରାଚାନ୍ଦ ସ୍ଵାଇଁ, ରାଜ୍ୟ ସଂଯୋଜିକା ମଧୁସ୍ମିତା ଖୁଣ୍ଟିଆ , ସୁନିଲ କୁମାର ମହାନ୍ତି, ବିଭୂତି ଭୁଷଣ ଲେଙ୍କା ଓ ସର୍ବେଶ୍ୱର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରତ୍ୟେକ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଗୁଡ଼ିକ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ଵ ରକ୍ଷା ଏବଂ ସ୍ଵଚ୍ଛତାକୁ ଦୃଷ୍ଟି ଦେଇ ପରିଚାଳିତ ହୋଇଥିଲା ।

ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.