ସ୍ତ୍ରୀଙ୍କୁ ଅଫିସ ଛାଡିବାକୁ ଯାଇ ସ୍ବାମୀ ଗଣିଲେ ଜୋରିମାନା ।

0 162

ଭଞ୍ଜନଗର,୨୦।୪- ଭଞ୍ଜନଗର ଉପଖଣ୍ଡର ଜଣେ ମହିଳା ଯନ୍ତ୍ରୀ ନିଜ ଘରୁ ସୋମବାର ଅଫିସ ଅଭିମୁଖେ ବାହାରିଥିଲେ। ଯନ୍ତ୍ରୀଙ୍କୁ ଗାଡ଼ି ଚଳାଇବା ଆସୁ ନ ଥିବା ଯୋଗୁ ତାଙ୍କ ସ୍ବାମୀ ସ୍କୁଟିରେ ବେଲଗୁଣ୍ଠା ରାସ୍ତାରେ ଯାଉଥିଲେ । ବାଟରେ ତନରଡ଼ା ଠାରେ ଯାଞ୍ଚ ଦାୟିତ୍ୱରେ ଥିବା କିଛି କର୍ମଚାରୀ ଯନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଥିଲେ। ଗୋଟିଏ ସ୍କୁଟିରେ ଏକାଧିକ ବ୍ୟକ୍ତି ଯାଇପାରିବେ ନାହିଁ, ଏହାଦ୍ୱାରା ସାମାଜିକ ଦୂରତ୍ୱ ଆଇନ ଉଲ୍ଲଘଂନ ହେଉଛି ବୋଲି କର୍ମଚାରୀମାନେ କହିଥିଲେ। ଯନ୍ତ୍ରୀଙ୍କ ସ୍ବାମୀ ଏହାର ପ୍ରତିବାଦ କରିଥିଲେ। ପରେ ତହସିଲ, ବ୍ଲକ ଏବଂ ଥାନା କର୍ମଚାରୀ ଆସି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସମାଧାନ ହୋଇ ପାରିନ ଥିଲା। ଶେଷରେ ଉପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଘଟଣାସ୍ଥଳକୁ ଯାଇ ଜରିମାନା କାଟିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଯନ୍ତ୍ରୀ ୫ଶହ ଟଙ୍କା ଜୋରିମାନା ଦେଇଥିବା ଜଣାପଡ଼ିଛି । ଯେଉଁ ମହିଳା କର୍ମଚାରୀଙ୍କୁ ଗାଡ଼ି ଚଳାଇବା ଆସୁନାହିଁ ସେମାନେ କିଭଳି କର୍ମକ୍ଷେତ୍ରକୁ ଯିବେ ତାହା ଏବେ ଚିନ୍ତାର ବିଷୟ। ଅପରପକ୍ଷେ ଗୋଟିଏ କାରରେ ଚାଳକ ସମେତ ଆଉଜଣେ ଯାଇପାରିବ ବୋଲି ନିୟମ ଥିବାବେଳେ ଅଧିକାଶଂ ସରକାରୀ ଗାଡ଼ିରେ ଏକାଧିକ କର୍ମଚାରୀ ଯିବାଆସିବା କରୁଛନ୍ତି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
 ରିପୋର୍ଟ -ରାହୁଲ ବେହରା

Leave A Reply

Your email address will not be published.