ସୋନପୁର ଜିଲ୍ଲାରେ ମାସର ପ୍ରତ୍ୟେକ ଶନି ଓ ରବିବାର ସଟଡାଉନ ଘୋଷଣା ।

0 367

ଉଲୁଣ୍ଡା,୧୧/୦୭(ପିପିଟି) ; ଏବେ ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ଧରି  ସଟଡାଉନ ଘୋଷଣା କରିଛନ୍ତି । ପ୍ରତିଦିନ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଜିଲାରେ ରାତ୍ରିକାଳୀନ କାର୍ଫ୍ୟୁକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକି ଆଜିଠାରୁ ଲାଗୁ ହୋଇଛି । ଅନ୍ୟ ପକ୍ଷରେ ରାଜ୍ୟର ୧୩ ଟି  ହଟସ୍ପଟ ଚିହ୍ନଟ  ଜିଲ୍ଲାରୁ କେହିବି ଜିଲ୍ଲାକୁ ଆସିଲେ ୧୪ ଦିନ ସଂଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ କିମ୍ବା ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା,ସ୍ୱାସ୍ଥ୍ୟ ସେବା ଓ ଜରୁରିକାଲିନ ସେବାକୁ ବାଦ ଦିଆଯାଇଛି । ଠିକ ସେହିଭଳି ମାସ୍କ ପରିଧାନ ସାମାଜିକ ଦୂରତ୍ୱ ରକ୍ଷାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ କଡାକଡି ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି ।ଏବେ ଜିଲ୍ଲାରେ ୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୫ ଜଣ ଲୋକାଲ କେଶ ଥିବାରୁ ଗୋଷ୍ଠି ସଂକ୍ରମଣ ଆଶଙ୍କା ରହିଥିବା କାରଣରୁ ଜିଲା ପ୍ରଶାସନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.