ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଏମଏମସିସି ସମ୍ବଲପୁର କୁ ହରାଇ ଲୁଟୁ ୱାରିୟର ଅନୁଗୁଳ ଚମ୍ପିଆନ ।

0 604

ଉଲୁଣ୍ଡା ,୦୫/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ପଞ୍ଚଖଣ୍ଡା ଖେଳ ପଡିଆରେ ଚାଲିଥିବା ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚ ରେ ସମ୍ବଲପୁର ଏମଏମସିସିକୁ ହରାଇ ଅନୁଗୁଳର ଲୁଟୁ ୱାରିଅର୍ ଚମ୍ପିଆନ ହୋଇଛି। ଉକ୍ତ ମ୍ୟାଚ ଟି ତିନୋଟି ଫର୍ମାଟରେ ଖେଳା ଯାଇଥିଲା। ଅନୁଗୋଳ ଦଳ ପ୍ରଥମ ଫର୍ମାଟରେ ୯.୩ ଓଭରରେ ସମସ୍ତ ୱିକେଟ ହରାଇ ୭୨ ରନ କରିଥିଲା। ଜବାବରେ ସମ୍ବଲପୁର ଦଳ ଆବଶ୍ୟକ ୭୩ ରନକୁ ୪.୨ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ସଂଗ୍ରହ କରିଥିଲା। ଦ୍ଵିତୀୟ ଫର୍ମାଟରେ ଅନୁଗୋଳ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟ ହରାଇ ୧୩୨ ରନ କରିଥିଲା। ଜବାବରେ ସମ୍ବଲପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ କରିଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଥିବାରୁ ପୁଣି ତୃତୀୟ ଫର୍ମାଟ ଖେଳା ଯାଇଥିଲା। ଏଥିରେ ଅନୁଗୋଳ ନିର୍ଦ୍ଧାରିତ ୬ ଓଭରରେ ଦୁଇ ୱିକେଟ ହରାଇ ୧୨୮ ରନ କରିଥିଲା। ଜବାବରେ ସମ୍ବଲପୁର ଦଳ ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟ ହରାଇ ମାତ୍ର ୬୪ ରନ କରିଥିଲା। ଅନୁଗୋଳ ଦୁଇଟି ଫର୍ମାଟରେ ବିଜୟୀ ହୋଇ ଚମ୍ପିଆନ ଘୋଷିତ ହୋଇଥିଲା।ଟୁର୍ଣ୍ଣାମେଣ୍ଟର ସଭାପତି ନିର୍ମଳ ମୁଦୁଲିଙ୍କ ଅଧ୍ୟକ୍ଷତା ଓ ସଚିନ ପ୍ରଧାନଙ୍କ ସଂଯୋଜନାରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା। ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ତଥା ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ଆତ୍ମା ଅଧ୍ୟକ୍ଷ ବିବସ୍ୱତି ପଣ୍ଡା, ସ୍ବେଚ୍ଛାସେବୀ ସପନ ପଧାନ, ସାମାଜିକ କର୍ମୀ ମୀନକେତନ ମହାକୁର, ଅଧ୍ୟାପକ ସୁଧାଂଶୁ ପ୍ରଧାନ, ସମାଜସେବୀ ଧରଣୀଧର ପାଢ଼ୀ, ଚକ୍ରଧର ପଧାନ, ଶ୍ରମିକ ନେତା କର୍ଣ୍ଣରାଜ ପଧାନ, ଅତୁଲ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଗୋଳର ବିଜ୍ଞପ୍ରସାଦ ସାହୁଙ୍କୁ ମ୍ୟାନ ଅଫ ଦି ଫାଇନାଲ, ମଣ୍ଟୁ ପାଟ୍ଟସାଣୀଙ୍କୁ ଉଦୀୟମାନ ଖେଳାଳି, ମଦନ ବେହେରାଙ୍କୁ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଏବଂ ସମ୍ବଲପୁର ର ହୋଲଡରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ଼ ଶ୍ରେଷ୍ଠ ବୋଲର ସଂକୀର୍ତନ ବେହେରାଙ୍କୁ ଶ୍ରେଷ୍ଠ ଫିଲଡର ଭାବରେ ପୁରସ୍କୃତ କରାଯାଇଥିଲା ।ଚମ୍ପିୟାନ ଲୁଟୁ ୱାରିୟର ଅନୁଗୁଳ ଦଳକୁ ନଗଦ ପଚାଶ ହଜାର ଓ଼ ଟ୍ରଫି ଏବଂ ରନର୍ସ ଅପ ଏମସିସି ସମ୍ବଲପୁର ଦଳକୁ ନଗଦ ତିରିଶ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l ଫାଇନାଲ ମ୍ୟାଚ କୁ ସୁରେଶ ବିଶି ଓ଼ ରଘୁବୀର ମିଶ୍ର ଅମ୍ପାୟାର, ଶ୍ରୀବତ୍ସ ବାରିକ ସ୍କୋରର ଏବଂ ସଚିନ ପଧାନ ଓ଼ ବୁଦ୍ଧଦେବ ଧାରା ବିବରଣି ପ୍ରଦାନ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.