ସୁଇସ୍ ଗେଟରୁ ପାଣି ଛାଡିବା ନେଇ ଦୁଇ ଗୋଷ୍ଠୀ ହାତାହାତି ।

0 56

ଜଗତସିଂହପୁର (ପିପିଟି ନ୍ଯୁଜ୍)୦୪/୦୬/- ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତସ୍ଥ ଦୁର୍ଦା ରେ ଥିବା ଏକ ସୁଇସ୍ ଗେଟ୍ କୁ ନେଇ ମାରପିଟ୍ ଓ କନକପୁର ଫାଣ୍ଡି ରେ ଏତଲା ଦିଆଯାଇଛି ।ଦୁର୍ଦା ଗ୍ରାମ ନିକଟସ୍ଥ କେନାଲ ରେ ସରକାରଙ୍କ ଦ୍ଵାରା ଚାଷଜମିରୁ ଜଳ ନିଷ୍କାସନ ନିମନ୍ତେ ଏକ ଫାଟକର ପରିକଳ୍ପନା କରାଯାଇଥିଲା ଯାହା ସମୟକ୍ରମେ ଉକ୍ତ ଗ୍ରାମର କିଛି ଅସାଧୁ ଲୋକଙ୍କ ଦ୍ଵାରା ଜବରଦଖଲ କରାଯାଇ ଆସୁଅଛି । ଖରିଫ୍ ଧାନ ଚାଷ ସମୟରେ ଏହି ଫାଟକକୁ ଜୋରଜବରଦସ୍ତି ବନ୍ଦ କରି ମାଛ ଧରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାବେଳେ ମର୍ଦ୍ଦୋଳ,କଟରା,ବନ୍ଦାଳୋ,ମୂଳୁଗାଁ,କଢାଙ୍ଗ,ନନ୍ଦନ,ଆଏମାଧୋତି,କନ୍ତାର, ସିଦ୍ଧଳ,ମୁଦୁପୁର,ବାରଙ୍ଗ, ଚାନ୍ଦପୁର,ନାନକାର ଇତ୍ୟାଦି ଅଞ୍ଚଳର ହଜାର ହଜାର ଏକର ଧାନ ଫସଲ ଜଳମଗ୍ନ ହେଉଛି । ପ୍ରତି ବର୍ଷ କ୍ଷତି ସହୁଥିବା ଏହି ସବୁ ଅଞ୍ଚଳର ଚାଷୀ ମାନେ ବାରମ୍ବାର ସରକାରଙ୍କ ଠାରେ ଅଭିଯୋଗ କଲେ ମଧ୍ୟ କେହି ନ ଶୁଣିବାରୁ କ୍ଷତିଗ୍ରସ୍ତ ଅଞ୍ଚଳ ର ଚାଷୀ ମାନେ ଏକାଠି ହୋଇ ବର୍ଷା ଋତୁ ପୂର୍ବରୁ ଉକ୍ତ ଫାଟକକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀ ଓ ଦୁର୍ଦା ଗ୍ରାମର କିଛି ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ , ହାତାହାତି ହୋଇଥିବାର ଜଣାପଡିଛି । ଏହି ବିବାଦର ପରିସମାପ୍ତି ପାଇଁ ସ୍ଥାନୀୟ ସରପଞ୍ଚ ,ସମାଜସେବୀ ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.