ସିପିଆଇର ୯୫ ତମ ପ୍ରତିଷ୍ଠା ଦିବସ ପାଳିତ ।

0 623

ବ୍ରହ୍ମପୁର,୨୬/୧୨(ପିପିଟି);ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ୯୫ ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ପାର୍କ ସାହି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ପତାକାକୁ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ଉତୋଳନ କରିଥିଲେ । ବ୍ରହ୍ମପୁର ଆଞ୍ଚଳିକ ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଯୋଗଦେଇ କମ୍ଯୁନିଷ୍ଟ ପାର୍ଟିର ସଂଗ୍ରାମ,ଦେଶର ଇତିହାସ ଏବଂ ଦେଶ ସମସ୍ଯା ଓ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇୱାଇଏଫ୍ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ,ଯୁବ ସଂଘ ଜିଲ୍ଲା ସଂପାଦକ କାମଦେବ ନାହାକ,ଶ୍ରମିକ ନେତା ଦଣ୍ଡପାଣି ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.