ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର ପ୍ରତିବାଦ ସ୍ମାରକପତ୍ର ପ୍ରଦାନ ।

0 399

ରାମନାଗୁଡା,(ପିପିଟି ନ୍ଯୁଜ୍)୨୬/୦୪:- କେଉଁଝର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର ନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସାମ୍ବାଦିକଙ୍କ ମହଲରେ ତ୍ରୀବ ପ୍ରତିକିୟା ପ୍ରକାଶ ପାଇଛି।ସମ୍ପୂକ୍ତ ପୁଲିସ ଏସଆଇଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ବ୍ଲକର ସମସ୍ତ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡ଼ିଓ ବେଣୁଧର ଶବରଙ୍କ ଜରିଆରେ ପ୍ରଦାନ କରିଛନ୍ତି।ସେହିପରି ଅନୁରୂପ ସ୍ମାରକପତ୍ର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଉଦ୍ଦେଶ୍ୟରେ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ଜରିଆରେ ପ୍ରଦାନ କରାଯାଇଛି।ମହାମାରୀ କରୋନା ସମୟରେ ପୁଲିସର କାର୍ଯ୍ୟକୁ ରାଜ୍ୟ ପୁଲିସ ପ୍ରଂଶସା ସାଉଣ୍ଟୁଥିବାବେଳେ ରାଜ୍ୟ ପୁଲିସ ବିଭାଗରେ କେଉଁଝର ଟାଉନ ଥାନା ଏସଆଇଙ୍କ ଏପରି କାର୍ଯ୍ୟ ପୋଲିସ ବିଭାଗ ନିନ୍ଦିତ ହୋଇଛି।ସେହିପରି ଉକ୍ତ କାର୍ଯ୍ୟରତ ସାମ୍ବାଦିକ ନିଜ ପୁଅର ଅସୁସ୍ଥତା ଦର୍ଶାଇବା ପରେ ମଧ୍ୟ ପୋଲିସ ମାତ୍ରାଧିକ କାର୍ଯ୍ୟନୁଷ୍ଠାନକୁ ଏଠିକାର ସମସ୍ତ  ସାମ୍ବାଦିକମାନେ ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି।ଏହି ସ୍ମାରକପତ୍ର ପ୍ରଦାନ ସମୟରେ  ନରସିଂହ ପରିଛା ,ରାକେଶ ବେହେରା,ସଞୀବ କୁମାର ଦାସ ,ଦିଲ୍ଲୀପ କୁମାର ପଣ୍ଡା, ଶୁଭଜିତ ପଟ୍ଟନାୟକ,  ପରିଛା,ଶିବପ୍ରସାଦ ବ୍ରହ୍ମା, ସଞ୍ଜୟ ପ୍ରଧାନ, ବିଶ୍ବନାଥ ସେନାପତି, ସନ୍ତୋଷ କୁମାର ପଣ୍ଡା, ଧବଳେଶ୍ବର ପାତ୍ରୀ,ପ୍ରମୋଦ ପ୍ରାଣ୍ରୀଗ୍ରାହୀ,ନବୀନ ନାୟକ ବେହେରା, ରାମଶଙ୍କର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ।।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.