ଭଞ୍ଜନଗର,୨୩/୧୨(ପିପିଟି):ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଗୁରୁବାର ଅର୍ଥନୀତି ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଜୟରାମ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ.ପୁଷ୍ପାଞ୍ଜଳୀ ପଟ୍ଟନାୟକ, ଅଧ୍ୟାପିକା ବବିତା ମହାପାତ୍ର, କ୍ଷତ୍ରୀୟବରପୁର କଲେଜ ଅଧ୍ୟାପକ ଦୀପୁ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସୁନୀତା ବେହେରା ‘କ୍ୟାସ୍ ଲେସ୍ ସୋସାଇଟି’ ଉପରେ ଏକ ସନ୍ଦର୍ଭ ପାଠ କରିଥିଲେ। ପ୍ରଯୁକ୍ତବିଦ୍ୟାର ବହୁଳ ବ୍ୟବହାର ସହ ଡିଜିଟାଲ୍ ରୁପାନ୍ତରଣରେ ବିନା କାଗଜ ଅର୍ଥ ନେଣଦେଣରେ କାରବାର କରିବା ସଂର୍ପକରେ ଆଲୋଚନା ହୋଇଥିଲା। ବିନା କାଗଜ ଟଙ୍କାରେ ଅର୍ଥ କାରବାର କରିବା ଦ୍ବାରା ମିଳୁଥିବା ଲାଭ ଏବଂ ଏହା ଦ୍ବାରା ସମାଜକୁ ହେଉଥିବା କ୍ଷତି ସଂର୍ପକରେ ଆଲୋଚନା ହୋଇଥିଲା। ଛାତ୍ରୀ ସାଗରିକା ପଣ୍ଡା, ମଧୁସ୍ମିତା ବେହେରା, ରଶ୍ମିତା, ମୋନିକା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଏଥିରେ ସମ୍ପାଦିକା ଶୁଭସ୍ମିତା ଜାନି ପରିଚାଳନା କରିଥିବା ବେଳେ ସହ ସମ୍ପାଦିକା ଇରାନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା କେ.ଭବାନୀ,ସଂନ୍ଧ୍ୟାରାଣୀ ପ୍ରଧାନ,ଜୟଲକ୍ଷ୍ମୀ ରଥ,ଉର୍ମିଳା ପାଟ୍ଟଯୋଶୀ,ରଶ୍ମିତା ବେହେରା,ପ୍ରଭାତି ମିଶ୍ର,ସସ୍ମିତା ମିଶ୍ର,ଅମୂଲ୍ୟ ଶତପଥୀ, ବିରଞ୍ଜି ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )