ସାନଖେମୁଣ୍ଡି,୦୨/୦୧(ପିପିଟି): ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ଆଜି ଅପରାହ୍ନରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଶୁଭ ଉଦ୍ଘାଟନ କରିବା ସହିତ ଲୋକାର୍ପିତ କରିଛନ୍ତି । ସରକାରଙ୍କ ଘରଘରକୁ ପାନୀୟ ଜଳ ଯୋଗାଣ ପାଇଁ ୧ କୋଟି ୬୮ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ମେଗା ପାଇପ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରି ଗ୍ରାମରେ ଥିବା ୧୨୫୭ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ଭାସ୍କର ରାଉତ , ସମିତି ସଭ୍ୟା ମମତା କୁମାରୀ ମହାରଣା , ବ୍ଲକ୍ କଂଗ୍ରେସ ସଭାପତି ବାବୁଲା ଦୋରା , ଯୁବ ସଙ୍ଗଠକ ମୁକୁନ୍ଦ ବରାଡ,ସଙ୍ଗଠକ ପ୍ରଫୁଲ୍ଲ ବିଷୋୟୀ ,ବରିଷ୍ଟ ବ୍ୟକ୍ତିତ୍ଵ ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ ନବନିର୍ମିତ ପମ୍ପ ହାଉସ ସହ ପାଣିଟାଙ୍କିକୁ ଉଦ୍ଘାଟନ କରିଛନ୍ତି । ଗ୍ରାମବାସୀଙ୍କ ଅନୁରୋଧ ଏବଂ ଜନ ସାଧାରଣଙ୍କ ସମାଗମରେ ଆୟୋଜିତ ଏହି ଉଦ୍ଘାଟନ ପର୍ବରେ ଯୁବ ବ୍ୟକ୍ତିତ୍ଵ ବିନୋଦ କୁମାର ସାହୁ , ସୁଶାନ୍ତ ରଣା , କୈଳାସ ଚନ୍ଦ୍ର ସାହୁ , ଟୁକୁ ଚୌଧୁରୀ , ସୁଶାନ୍ତ ବିଷୋୟୀ , ବାବୁଲା ବିଷୋୟୀ , ସନ୍ତୋଷ ଦୋରା , ଛଣମେରୀର ଜିଣ୍ଟୁ ସାହୁ , ମୌଲାଭଞ୍ଜାର ସଞ୍ଜୟ ବିଷୋୟୀ ପ୍ରମୁଖଙ୍କ ସହ ଗ୍ରାମବାସୀଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )