ସାନଖେମୁଣ୍ଡି,୩୧/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ତାର ଭୟଙ୍କର ତାଣ୍ଡବ ଲୀଳା ରଚୁଛି । ଦିନକୁ ଶହ ଶହ ଲୋକ କରୋନା କବଳରେ କବଳିତ ହେଉଛନ୍ତି । କରୋନା ଦାଉ ସାଜୁଥିବା ବେଳେ ଏବେ ଏକ ଅଜଣା ଜ୍ୱର ଲୋକ ମାନଙ୍କ ଚିନ୍ତାର କାରଣ ସାଜିଛି । ଜ୍ୱରରେ ପୀଡିତ କିଛି ଲୋକ ମୃତ୍ୟୁ ମୁଖକୁ ଚାଲିଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବାର ଅଭିଯୋଗ ମଧ୍ୟ ହେଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ହଜାର ହାଜର ପ୍ରବାସୀ କିଛି କାମ ଧନ୍ଦା ନ ପାଇ ଘରେ ବସିଛନ୍ତି । ସରକାରଙ୍କ ପ୍ରତିସ୍ମୃତି କେବଳ ପ୍ରତିସ୍ମୃତି ହୋଇ ରହିଗଲା । ଆଜି ସାନଖେମୁଣ୍ଡି ବିଜେପି ତରଫରୁ ୭ଦଫା ନେଇ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପତ୍ରରେ ଉଲ୍ଲେଖ ଅଛି ଯେ ଗ୍ରାମକୁ ଗ୍ରାମ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା,ପ୍ରତ୍ୟେକ ଗ୍ରାମକୁ ସନିଟାଇଜ, ପ୍ରବାସୀ ଓଡ଼ିଆ ମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ନିଓଜିତ କରିବା ସହ ସରକାର ଘୋଷଣା କରିଥିବା ୨୦୦୦ ଟଙ୍କା ପ୍ରଦାନ କରିବା ,ପ୍ରତ୍ୟକ ମେଡ଼ିକାଲ ରେ ସ୍ଥାୟୀ ଡାକ୍ତର ନିଓଜିତ କରିବା,ପ୍ରତ୍ୟକ ଗ୍ରାମରେ ଅସ୍ଥାୟୀ କୋଭିଡ଼ ହସ୍ପିଟାଲ ନିର୍ମାଣ,ପ୍ରତ୍ୟକ ଗ୍ରାମକୁ ପାନୀୟଜଳ ଯୋଗାଣ ଏଭଳି ବହୁ ସମସ୍ୟା ନେଇ ଆଜି ୬୦ ନମ୍ବର ଜୋନ୍ ର ଜିଲ୍ଲାପରିଷଦ ଗଦାଧର ସ୍ୱାଇଁ,ସାନଖେମୁଣ୍ଡି ବ୍ଲକ ଯୁବମୋର୍ଚ୍ଚା ସଭାପତି ଏମ.ଚିନ୍ମୟ ରେଡିଙ୍କ ଉପସ୍ଥିତରେ ଏକ ଦାବି ପତ୍ର ସାନଖେମୁଣ୍ଡି ଗୋଷ୍ଠିଉନ୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକଙ୍କୁ ଦିଆଯାଇଥିଲା । ରିପୋର୍ଟ – ଆରତ କୁମାର ହୋତା ।