ସାଇ ସତସଙ୍ଗ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ।

0 178

ଢେଙ୍କାନାଳ,(ପିପିଟି)୦୭/୦୫, ସାଇ ସତସଙ୍ଗ ଅନୁଷ୍ଠାନ ପକ୍ଷରୁ ଶିବ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱ ରେ ଏକ ରକ୍ତଦାନ ଶିବିର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ର ବ୍ଲଡ଼ ବ୍ୟାଙ୍କ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।ମହାମାରୀ  କୋରନା ପାଇଁ ସରକାରଙ୍କର  ଲକ୍ ଡାଉନ ଥିବାରୁ ଆଗ ଭଳି ଆଉ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇନପାରିବାରୁ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଦେଖାଯାଇଛି । ଏହି ସମୟରେ ସାଇ ସତସଙ୍ଗ ଅନୁଷ୍ଠାନ ତରଫରୁ ରକ୍ତଦାନ କରାଯାଇ ରକ୍ତ ଭଣ୍ଡାର ର ରକ୍ତ ଅଭାବକୁ କିଛି ମାତ୍ରା ରେ ପୂରଣ କରାଯାଇଥିଲା ।ଏଥିରେ ରେଡ କ୍ରସ ର ଭାଇସ୍ ଚ୍ଯାରମେନ୍  ବିରଞ୍ଚି ପାଣି,ପୋର୍ଟନ ମେମ୍ବର ରାଜ କିଶୋର ବେହେରା ଯୋଗ ଦେଇଥିଲେ, ରକ୍ତ ଭଣ୍ଡାର ର ପ୍ରେମାନନ୍ଦ ପଣ୍ଡା, ରାଜେନ୍ଦ୍ର କୁମାର ମଲିକ,ଶୋଭାଗ୍ୟ ରଞ୍ଜନ ମିଶ୍ର, ବରୁଣ କୁମାର ସାହୁ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଅନୁଷ୍ଠାନ ର ଅମରେନ୍ଦ୍ର ଖୁଣ୍ଟିଆ, ସରୋଜ ସାହୁ,ରଘୁନନ୍ଦନ ସାହୁ, ରତିକାନ୍ତ ସେଠି, ନବଘନ ବିଶ୍ୱାଳ ପାର୍ଥ ସାରଥି ମିଶ୍ର ମୋନରଞ୍ଜନ ବେହେରା  ପ୍ରମୁଖ  ସହଯୋଗ କରିଥିଲେ ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.