ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ପିତୃମାତୃ ସମ୍ମିଳନୀ ।

0 275

ଭଞ୍ଜନଗର,୧୦/୧୦(ପିପିଟି):ଭଞ୍ଜନଗର ନିକଟ ଶ୍ରୀରାମ ନଗର ଠାରେ ଥିବା ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥି , ଅଧ୍ୟକ୍ଷ ଅଜିତ କୁମାର ଶତପଥି ,ନିର୍ଦ୍ଦେଶକ ଶାନ୍ତନୁ କୁମାର ତ୍ରିପାଠୀ ଓ ନୂତନ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ନିର୍ଦ୍ଦେଶିକା ବାସନ୍ତୀ କୁମାରୀ ରାଉତ, ଉପଦେଷ୍ଟା ଦିଲ୍ଲୀପ କୁମାର ପ୍ରଧାନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକଙ୍କ ଉପସ୍ଥିତିରେ ୯ମ ଓ ୧୦ମ ଛାତ୍ର ଛାତ୍ରୀଙ୍କ ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ ସେମାନଙ୍କ ଆଗାମୀ ଶିକ୍ଷାନୀତି କିପରି ସୁଦୃଢ ହେବ ସେସବୁ ବିଷୟ ଆଲୋଚନା ହୋଇଥିଲା । ସମ୍ମିଳନୀ ଶେଷରେ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.