ସାଇ ଗୁରୁକୁଳରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସଭା ।

0 497

ଭଞ୍ଜନଗର,୦୪/୧୦(ପିପିଟି); ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ଆଜି ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଏକ ସଚେତନତା ସଭା ହୋଇଥିଲା। ଏଥିରେ ବିଦ୍ୟାଳୟ ସଭାପତି ଶୂଳପାଣି ଶତପଥୀ ଅଧ୍ୟକ୍ଷତା କରିଥିଲେ। ଏସିଏଫ୍ ସୁଦର୍ଶନ ବାଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେଲେ ବନ୍ୟପ୍ରାଣୀ ସୁରକ୍ଷା ନିହାତି ଆବଶ୍ୟକ ବୋଲି କହିଥିଲେ। ତେଣୁ ଛାତ୍ରୀ ଛାତ୍ର ମାନେ ସଚେତନ ହୋଇ କାର୍ଯ୍ୟକ୍ରମ ହାତକୁ ନେବାକୁ ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ ଆହ୍ଵାନ କରିଥିଲେ। ଅଧ୍ୟାପକ ବାବୁଲା ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, ବନପାଳ ସଙ୍ଗୀତା ପଟ୍ଟନାୟକ, ଶିକ୍ଷକ ସୁଲୋଚନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ସପ୍ତାହର ଉଦ୍ଧେଶ୍ୟ ସମ୍ପର୍କରେକହିଥିଲେ । ଶିକ୍ଷକ ରାମଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହା ପରେ ସେଠାରେ ଚାରାରୋପଣ ଉତ୍ସବ ହୋଇଥିଲା ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.