ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଚିତ୍ରକୋଣ୍ଡା ଗସ୍ତ ।

0 85

ଚିତ୍ରକୋଣ୍ଡା,(ପିପିଟି ନ୍ଯୁଜ୍)୨୩/୦୫,ଲୋକାସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ଶନିବାର ଦିନ ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ । ବାଲିମେଳା ର ବରିଷ୍ଠ ବିଜେଡି ସଦସ୍ୟ ଶ୍ରୀ.ରାଜେନ୍ଦ୍ର ପଣ୍ଡା,    ଜଗନ୍ନାଥ ମାଝୀ,  ବ୍ଳକ ସଭାପତି ହରି  ମୋହନ ଖିଲ, ମଦନ ବାବୁ, ଶିବ ଖରା, ବିଭୁ ଭାଇନା, ପିତାମ୍ବର ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏହି ଗସ୍ତରେ ସାମିଲ ଥିଲେ । ସ୍ଥାନୀୟ ପାନୀୟ ଜଳ ମେଗା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ତାଗିଦ କରିଥିଲେ । ଅରିଗିଂ ଡଙ୍ଗା ଘାଟ ଯାଇ ସମସ୍ୟା ବୁଝିଥିଲେ । ବଡପଦର ଗସ୍ତ କରି ମନରେଗା  କାର୍ଯ୍ଯ ତଦାରଖ କରି ବିଡିଓ ଲରେମନ୍ ଖରସେଲଙ୍କ ସହ ଆଲୋଚନା କରିବା ସହ ଉପସ୍ଥିତ ଶ୍ରମିକଙ୍କୁ କାରୋନା ସମ୍ପର୍କରେ ସଚେତନତା କରିଥିଲେ । ସାଂସଦ ଶ୍ରୀ ମାଝୀ ସ୍ଥାନୀୟ  ଡାକ ବଙ୍ଗଳା ଠାରେ ସମସ୍ତ କର୍ମୀ ଙ୍କ ସହ ଆଲୋଚନା କରି ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଲକ୍ ଡାଉନ୍ ସମୟରେ ମଧ୍ୟ ଅଞ୍ଚଳ ଗସ୍ତ ପାଇଁ ସାଂସଦଙ୍କୁ ଚିତ୍ରକୋଣ୍ଡା ବାସିନ୍ଦା  ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ସରୋଜ କୁମାର ସାହୁ ।

Leave A Reply

Your email address will not be published.