ସହିଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

0 424

ଉଲୁଣ୍ଡା,ତା -୨୪/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଖଣ୍ଡହତାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସିୟା” ପରିବାର ତରଫରୁ ସ୍ଥାନୀୟ ରବୀନ୍ଦ୍ର ନାଥ ଜୁନିୟର କଲେଜ ପରିସରରେ ଅନୁଷ୍ଠାନର ସମ୍ପାଦକ ସୁଦାମ ଗାଇଗରିଆ ଏବଂ ସଭାପତି ଦିଲ୍ଲୀପ ପ୍ରଧାନ ଙ୍କ ନେତୃତ୍ୱରେ ଗତ ୧୫ ଓ ୧୬ ତାରିଖରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚିନ ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ୨୦ ଯବାନଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନ ତରଫରୁ ଚାଇନା ସାମଗ୍ରୀ ବର୍ଜନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରାଯାଇଛି ।ଏହି ଅବସରରେଏକ ସଭାରେ ଅନୁଷ୍ଠାନ ପୂର୍ବ ସଭାପତି ଆନନ୍ଦ ବିଶ୍ୱାଳ,ପ୍ରମୋଦ ପଣ୍ଡା,ସୁଶାନ୍ତ ଭୋଇ ପ୍ରମୁଖ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜର ଅଭିଭାଷଣ ରଖିଥିବାବେଳେ ଏଥିରେ ଅନୁଷ୍ଠାନର ବହୁ ସଦସ୍ୟ ସାମିଲ ହୋଇଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.