ପାତାଳି ଶ୍ରୀକ୍ଷେତ୍ର ଓ ବିରମହାରାଜପୁର ମନ୍ଦିର ପରିସରରେ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହେଲା ପବିତ୍ର ଘୋଷଯାତ୍ରା ।

0 100

ଉଲୁଣ୍ଡା,ତା-୨୪/୦୬(ପିପିଟି); ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ବାଦ ଦେଲେ ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିରରେ କେବଳ ମନ୍ଦିର ଭିତରେ ନୀତିକାନ୍ତି ରେ ଶେଷ ହୋଇଛି ।ସେହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ଏବଂ ବିରମହରାଜପୁର ଜଗନ୍ନାଥ ମନ୍ଦିର ପରିସରରେ କେବଳ ନୀତିକାନ୍ତିରେ ରଥଯାତ୍ରା ସମାପନ ହୋଇଛି ।ପ୍ରଥମେ ମହାପ୍ରଭୁଙ୍କ ଦ୍ୱାରଫିଟା,  ମଂଗଲଆଳତି, ଦବନୀତି କରାଯାଇଥିଲା । ତାପରେ ପୂଜାବିଧି କରି ପହଣ୍ଡି କରାଯାଇଥିଲା ।ଗ୍ରାମର ଗଉନ୍ତିଆ  ଚମରା ଅମାତ ଛେରାପହଁରା କରିଥିବାବେଳେ ପୂଜକ ଗୁଣାକର ପଣ୍ଡା, ଦେବାର୍ଚ୍ଚନ ଦାସ ପୂଜାକାର୍ଯ୍ୟ କରିଥିଲେ ।ସୁପ୍ରିମକୋର୍ଟ ନିର୍ଦ୍ଦେଶ ଓ କରୋନା ଭୟାବହତାକୁ ଦୃଷ୍ଟିରେ ରଖି କେବଳ ମନ୍ଦିର ଭିତରେ ମହାପ୍ରଭୁ ଙ୍କର ରଥଯାତ୍ରା ସୀମିତ ରଖାଯାଇଛି । ସେହିଭଳି ବିରମହାରାଜପୁର ଜଗନ୍ନାଥ ମଦିରରେ ମଧ୍ୟ ରଥ ନ ଗଡି କେବଳ ମନ୍ଦିରଭିତରେ ମହାପ୍ରଭୁଙ୍କ ରଥଯାତ୍ରା ସମାପନ ହୋଇଛି ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.