ସରସ୍ୱତୀ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ,୨୦୨୦ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ।

0 136

କଟକ,(ପିପିଟି)୦୭/୦୬,କଳା, ସାହିତ୍ୟ,ସଂସ୍କୃତି,ପୂଜ୍ୟପୂଜାର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କଳାବିହାର, କନ୍ଦରପୁର,କଟକ ସଦର, କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ,ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ, ଅଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ,କରୋନା ସଚେତନତାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଂଚାଉ ଥିବା ବ୍ୟକ୍ତି ବିଶେଷ,ଗଣମାଧ୍ୟମ ପ୍ରତିନିଧି ଆଦି ସମସ୍ତ ସାରସ୍ୱତ ପ୍ରତିଭା ବର୍ଗଙ୍କୁ ସରସ୍ୱତୀ କଳା ପରିଷଦ ପକ୍ଷରୁ ତାର ମର୍ଯ୍ୟଦାବନ୍ତ ସମ୍ମାନ “କରୋନା ଯୋଦ୍ଧା ସମ୍ମାନ – ୨୦୨୦” ପ୍ରଦାନ କରାଯିବା ପାଇଁ ଚଳିତ ମାସ ଜୁନ ତା ୧୫ ରିଖରେ (ସୋମବାର) ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତା ବଜାଇ ରଖି ପାଳନ କରାଯିବାକୁ ପ୍ରସ୍ତୁତି ବୈଠକ  ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ସଭାପତି ନରିନେତ୍ରୀ ପ୍ରତିଭା ଶତପଥୀ,ସଂଯୋଜକ ଚକ୍ରବର୍ତ୍ତୀ ଓତା, ଉପସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ସମାଜସେବୀ କରୋନା ଯୋଦ୍ଧା ଦୀପକ ସାହୁ,କଥାକାର ବିକ୍ରମ ନନ୍ଦ,ରଶ୍ମିକାନ୍ତ ଶତପଥୀ, ଅଜୟ କୁମାର ଦାସ, ଉପଦେଷ୍ଟା ଦୈତାରୀ ପ୍ରଧାନ,ସ୍ୱତନ୍ତ୍ର ନିମନ୍ତ୍ରିତ ବରେଣ୍ୟ ସଦସ୍ୟ ଗୁରୁ ମହାଦେବ ମହାରଣା, ବିଶିଷ୍ଟ ସମାଜସେବୀ ଅଭିରାମ ସାହୁ,ପ୍ରଲବ୍ୟ ମହପତ୍ର,ବାବା ବାବୁ,ସନ୍ତ ବାବୁ,କୃଷକ ନେତା ଦେବୀ ପ୍ରସାଦ ପତି,କୃଷକ ବଂଧୁ ଦୁର୍ଗା ଚରଣ ପରିଡ଼ା,ଇଂ ଅମୀୟ ପଟ୍ଟନାୟକ ଆଦି ଉପସ୍ଥିତ ରହି ଆଲୋଚନା କରିଥିଲେ । କରୋନା ଯୋଦ୍ଧା ଭାବରେ ପରିଷଦର ସମସ୍ତ କର୍ମକର୍ତ୍ତା ମାନେ କନ୍ଦରପୁର ଅଂଚଳ ବିଶୋଧନକରିବା,କରୋନା ଯୋଦ୍ଧା ମାନଙ୍କୁ ଉପଯୁକ୍ତ ସମ୍ମାନ ପଦର୍ଶନ, ସରକାରଙ୍କ ନିୟମକୁ ମାନିବା,ସମାଜର ଏହି ଦୁଃସମୟରେ ସମସ୍ତକୁ ସହଯୋଗ କରିବା, ରକ୍ତଦାନ ମହାସେବା ସର୍ବୋପରି “ପ୍ରତିରୋଧ ହିଁ ପ୍ରତିକାର” ନିୟମକୁ ପାଳନ ପୂର୍ବକ ସମସ୍ତ ସେଵାକାର୍ଯ୍ୟ ଆଗକୁ ଜାରୀ ରହିବ ବୋଲି ପରିଷଦ ପକ୍ଷରୁ ମିଡ଼ିଆ ସେଲ ସଂଯୋଜକ ଇଂ. ସେବକ ଶ୍ରୀକାନ୍ତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.