ସବୁଠାରୁ ଅଧିକ କ୍ଷତି ଓ ଦୁଃଖ ଦୁର୍ଦ୍ଦଶା ରେ ଲାଇଟ୍ ସାଉଣ୍ଡ ଓ ଚିତ୍ରାଳୟ ବ୍ୟବସାୟୀ ।

0 95
କୋଦଳା,୧୫/୦୪ – କରୋନା ଭାଇରସ ପାଇଁ ଲକଡାଉନ କେନ୍ଦ୍ର ସରକାର ଙ୍କ ଘୋଷଣା ପରେ ବ୍ୟବସାୟୀ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।ନିୟମ ଅନୁଯାଇ ଦିବା ୧୨ଘଣ୍ଟ ପର୍ଯନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଲୋକଙ୍କ ଆଗ୍ରହ ନାହିଁ । ଲୋକେ ଭୟ ରେ ଘରୁ ବାହାରୁ ନାହାନ୍ତି ।  ୧୨ ଘଣ୍ଟ ପରେ ବଜାର ଶୁନଶାନ । ଫଳ ରେ ଗଞ୍ଜାମ ଜିଲ୍ଲାରେ ସକାଳୁ ଦିନ ୧୨ ଘଂଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା ଦେଖି ବାକୁ ମିଳୁଛି କିନ୍ତୁ ଲାଇଟ୍ ସାଉଣ୍ଡ ଓ ଚିତ୍ରାଳୟ ବ୍ୟବସାୟ ।ଏଠି ମାଲିକ ଠାରୁ ଆହୁରି ଅସୁବିଧା କାରିଗରଙ୍କ କରୋନା ଆଗମନ ରୁ ହିଁ ଲାଇଟ ସାଉଣ୍ଡ ଓ ଚିତ୍ରାଳୟ ର ସର୍ବନାଶ ଦେଖାଦେଇଛି ।ବାହାଘର ସିଜନ ରେ ଏହି ଲକଡାଉନ ମାଲିକ ସମେତ କର୍ମଚାରୀଙ୍କ ରୋଜଗାର କୁ ଠପ କରିଦେଇଛି ।ସିଜନ ସମୟ ରେ ହିଁ ଏହି ବ୍ୟବସାୟ ରେ କିଛି ଆଦାୟ ହୁଏ ସିଜନ ପରେ କେହି ପଚାରନ୍ତି ନାହିଁ ।ମାଲିକ ମାନେ ସିଜନ କୁ ଆଖି ଆଗରେ ରଖି ବହୁ ଟଙ୍କା ଖର୍ଚ୍ଚ କରି ଆବଶ୍ୟକୀୟ ସାମାନ ମିଶାଇ ଥାନ୍ତି ।କାରିଗର ରଖିଥାନ୍ତି ।ଏ ବର୍ଷ ମଧ୍ୟ ଭଲ ରୋଜଗାର ହେବା ଆଶା ରେ ବାକିସାକି କରି ଯେ ଯାହାର ଅନୁଷ୍ଠାନ ବଢାଇଥିଲେ କିନ୍ତୁ ଭଗବାନଙ୍କ ଲୀଳା ଅଲଗା ଥିଲା ।ଲକଡାଉନ ପରେ ସେ ସବୁ ଆଶା ମଉଳି ଗଲା ।ଠିକ୍ ସେହିପରି ଚିତ୍ରାଳୟ ମାଲିକ ମାନେ ଦଣ୍ଡଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି କାରିଗର ଏବଂ ଶ୍ରମିକ ମାନଙ୍କୁ ଅଗ୍ରୀମ ଦେଇ ଦଣ୍ଡବାହାରିବା ଦିନ କୁ ଅପେକ୍ଷ୍ୟା କରି ବସିଥିଲେ ।ବାକି ସାକୀ ହୋଇ କିଏ ସ୍ଟୀଲ ପେଣ୍ଡାଲ କରିଥିଲା ତ କିଏ ଅତ୍ୟାଧୁନିକ ଲାଇଟ ସାଉଣ୍ଡ କିଣି ରଖିଥିଲେ କିନ୍ତୁ ସବୁ କିଛି ବଦଳିଗଲା ନା ହେଲା ଦଣ୍ଡନାଚ ନା ସେମାନଙ୍କ ବେପାର । ବର୍ତ୍ତମାନ ପ୍ରତ୍ୟକ ଅନୁଷ୍ଠାନ ରେ ତାଲା ଝୁଲୁଛି ତାଲ।ବନ୍ଦ କୁ ସମ୍ପୂର୍ଣ ସମର୍ଥନ କରୁଛନ୍ତି । ବର୍ତ୍ତମାନ କାରିଗରଙ୍କୁ ଅଗ୍ରୀମ ଦେଇଥିବା ଟଙ୍କା ଗଲା , ଜିନିଷ କିଣିଥିବା ଟଙ୍କା ଗଚ୍ଛିତ ହୋଇ ରହିଲା ।ଅପେକ୍ଷା ଗୋଟିଏ ବର୍ଷ । ବଡ଼ ମାଲିକ କେମିତି କେଉଁ ପ୍ରକାର ଚଳିଲେ କିନ୍ତୁ ଛୋଟ ବ୍ୟବସାୟୀ ଚିନ୍ତାରେ । ଏପଟେ ସବୁ ବନ୍ଦ ହୋଇଯିବା ପରେ କାରିଗର ଠିକ ରେ ପରିବାର ଚଳାଇ ପାରୁ ନାହାନ୍ତି ।ବର୍ତ୍ତମାନ ତାଙ୍କ ଅବସ୍ଥା ଦୁର୍ଦ୍ଦିନ ରେ । କେମିତି ଚଳାଇବେ ପରିବାର ? ଏ ସବୁକୁ ନେଇ ଜିଲ୍ଳା ପ୍ରଶାସନ ଚିତ୍ରାଳୟ ପାଇଁ କିଛି ସହଯୋଗ ର ହାତ ବଢ଼ାଇଲେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି ମାଲିକ ସଙ୍ଘ ପ୍ରଶାସନ ନିକଟ ରେ ଅନୁରୋଧ କରିଛନ୍ତି ।
Leave A Reply

Your email address will not be published.