ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ପରଲୋକ ।

0 648

ମୁମ୍ବାଇ,୧/୬,ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ପରଲୋକ ଘଟିଛି ।ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା ।ନିକଟରେ ରିଲିଜ୍ ହୋଇଥିବା ସଲମାନଙ୍କ ଭାଇ ଭାଇ ଗୀତ କମ୍ପୋଜ କରିଥିଲେ ୱାଜିଦ୍ ଖାନ ।ବଲିଉଡରେ ଦବଙ୍ଗ ବୟ ସଲମାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ ।ସଲମାନଙ୍କ ଅଭିନୀତ ପ୍ଯାର କିୟା ତୋ ଡରନା କ୍ଯା ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ।ତେରେ ନାମ୍,ୱାଣ୍ଟେଡ୍,ଦବଙ୍ଗ,ଏକ ଥା ଟାଇଗର,ପାର୍ଟନର,ମୁଝ ସେ ସାଦି କରୋଗୀ,ହେଲୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ୱାଜିଦଙ୍କ ମନଛୁଆଁ ସଙ୍ଗୀତ ଶୁଣିବାକୁ ମିଳିଛି ।ଗାୟକ ଭାବେ ସେ ହୁଡ ହୁଡ ଦବଙ୍ଗ ଦବଙ୍ଗ,ଫେଭିକଲ ସେ ,ଚିନ୍ତା ତା ଚିନ୍ତା ତା,ଜଲୱା ଭଳି ବହୁତ ଗୀତ ମଧ୍ୟ ଗାଇ ଲୋକ ପ୍ରିୟତା ଅର୍ଜନ କରିଥିଲେ ।ସୂଚନା ଅନୁଯାୟୀ ୱାଜିଦ୍ ଖାନ କିଡିନୀ ଜନିତ ରୋଗ ପୀଡିତ ଥିଲେ ।କିଛି ମାସ ତଳେ ତାଙ୍କର କିଡିନୀ ପ୍ରତିରୋପଣ ହୋଇଥିଲା ।ବିଗତ ଚାରିଦିନ ତଳେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।ଗତକାଲି ମଧ୍ୟ ରାତିରେ ତାଙ୍କର ପରଲୋକ ହୋଇଯାଇଛି ।ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.