ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା ନେଇ ପ୍ରବାସୀ ଅସନ୍ତୋଷ ।

0 254

ବେଲଗୁଣ୍ଠା,(ପିପିଟି)୦୭/୦୬,ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଓଡିଶା ଆଗମନ ଜାରିରହିଥିବାବେଳେ ଓଡିଶାରେ ସମସ୍ତ କରୋନ ପଜିଟିଭଙ୍କ ମଧ୍ୟରୁ ଅଧିକାଂଶରେ ପ୍ରବାସୀ ରହିଛନ୍ତି ।ପ୍ରବାସୀ ମାନଙ୍କ ପାଇଁ ସରକାର ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି ଏବଂ ସେମାନେ ସେଠାରେ ୧୪ ଦିନ ପର୍ଯ୍ୟନ୍ତ ରହିବା ସଙ୍ଗରୋଧରେ ରହିବା ବାଧ୍ୟତାମୁଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।କରୋନ ଭୟାବହତା କୁ ଦୃଷ୍ଟିରେ ରଖି ସମସ୍ତ ସଙ୍ଗରୋଧ କେନ୍ଦ୍ରର ସ୍ୱଚ୍ଛତାକୁ ପ୍ରଥମିକତା ଦେଇଛନ୍ତି ।କେନ୍ଦ୍ରରେ ସ୍ୱଚ୍ଛ ବାତାବରଣ ସୃଷ୍ଟି କରିବା ସହ ୨୪ଘଣ୍ଟିଆ ବିଦ୍ୟୁତ୍ ବ୍ୟବସ୍ଥା, ପାଣି ବ୍ୟବସ୍ଥା ଏବଂ ସେପଟିକ ତଥା ସ୍ୱଚ୍ଛ ପାଇଖାନା ଓ ଗାଧୁଆ ଘର ବ୍ୟବସ୍ଥା ଉତ୍ତମ ରୂପେ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରୁଛନ୍ତି ।ପ୍ରତି ସଙ୍ଗରୋଧ କେନ୍ଦ୍ର ସଫାସୁତୁରା କରିବା ପାଇଁ ଦୈନିକ ୨୦୦୦ଟଙ୍କା,ପ୍ରତି ପ୍ରବାସୀଙ୍କ ପାଇଁ ବ୍ରସ, ପେଷ୍ଟ, ସାବୁନ, ସାନିଟାଇଜର, ଫିନାଇଲ୍, ବାଲଟି,ମଗ୍ ବାବଦରକୁ ୩୦୦ଟଙ୍କା ସରକାର ଯୋଗାଇ ଦେଉଛନ୍ତି ।କିନ୍ତୁ କିଛି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ବିଶୃଙ୍ଖଳିତ ଆଚରଣ ଦେଖାଇବା ସହ ଖାଦ୍ୟ ଫୋପାଡିଥିବା ବେଳେ ବେଲଗୁଣ୍ଠା ବ୍ଳକର ଗାଙ୍ଗପୁର ପଞ୍ଚାୟତ ପରି ପଞ୍ଚାୟତରେ ସୁବ୍ୟବସ୍ଥା,ଉତ୍ତମ ଖାଦ୍ୟ ତଥା ସଙ୍ଗରୋଧ କେନ୍ଦ୍ରର ଉତ୍ତର ପରିଚାଳନା ଓ ସରପଞ୍ଚ ମାନଙ୍କ ସହନଶୀଳତା ଯୋଗୁଁ ସଙ୍ଗରୋଧ ଅବଧି ସାରି ଘରକୁ ଫେରୁଥିବା ବେଳେ ଭାବବିହ୍ୱଳ ହୋଇ ସରପଞ୍ଚଙ୍କ ଆତିଥ୍ୟକୁ ଭୁଲି ପାରିବେନି ବୋଲି କହି ନିଜ ଘରକୁ ଫେରୁଥିବା ଲକ୍ଷ କରାଯାଇଛି ।ବେଲଗୁଣ୍ଠା ବ୍ଳକର ତନରଡା ପଞ୍ଚାୟତର ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମରେ ଥିବା ୧୩୨ ଜଣ ପ୍ରବାସୀ ବିଭିନ୍ନ ପ୍ରକାର ଅଭିଯୋଗ ଆଣି ଆମ ପ୍ରତିନିଧିଙ୍କୁ ଜଣାଇବା ସହ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।ସେମାନଙ୍କ ଅଭିଯୋଗ ହେଲା,୧୦୦ଜଣ ରହିବା ପାଇଁ ଧାର୍ଯ୍ୟ କରାଯାଇଥିବା ଏହି କେନ୍ଦ୍ରରେ ୧୩୨ ଜଣଙ୍କୁ ଖୁନ୍ଦାଖୁନ୍ଦି କରି ରଖାଯାଇଛି ।ଯାହାକି ସାମାଜିକ ଦୁରତ୍ୱକୁ ଫୁ କରାଯାଇଛି ।ଏହି କେନ୍ଦ୍ରରେ ୩୮ଜଣ ମହିଳା,୨୪ଜଣ ଦଶ ବର୍ଷରୁ କମ୍ ଶିଶୁ ଓ ୯ ଜଣ ୬୦।ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ରହିଛନ୍ତି ।୧୩୨ଜଣ ପ୍ରବାସୀଙ୍କ ପାଇଁ ଗୋଟିଏ ସ୍ଥାୟୀ ପାଇଖାନା ସହ ଆଉ ତିନୋଟି ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି ।କିନ୍ତୁ ଅସ୍ଥାୟୀ ପାଇଖାନା ଗୁଡିକର ମଇଳା ପାଣି ଓ ମଇଳା  ପ୍ରାୟ ୩/୪ ଦିନ ହେବ ବାହାରେ ଭାସୁଛି ।ଦୁର୍ଗନ୍ଧମୟ।ପରିବେଶ ମଧ୍ୟରେ ଖାଇବା ପାଇଁ ଆଉ ଇଛା ହେଉନାହିଁ ।ଖାଦ୍ୟ ମଧ୍ୟ ଅତି ନିମ୍ନମାନର ଯୋଗାଇ ଦିଆଯାଉଛି ।ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ।ଶନିବାର ଦିନ ଜଣେ ମହିଳା ଅଧିକାରୀ ଆସି ତଦନ୍ତ କରି ଫେରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।ଆମକୁ ଖାଇବାକୁ ନ ଦିଅ ପଛେ ପାଇଖାନା ଓ ଗାଧୁଆ ଘର ସଫାକରାଯାଉ ବୋଲି ଅନ୍ତେବାସୀ ମାନେ ଏକ ଭିଡିଓ ବାର୍ତ୍ତା ରେ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।ଏହି କେନ୍ଦ୍ରର ପ୍ରବାସୀ ମାନେ ଗତ ଶନିବାର ଓ ରବିବାର ଦିନ ସୁରତ, ତାମିଲନାଡୁ ଓ ହାଇଦ୍ରାବାଦରୁ ଆସି ଏଠାରେ ଅଛନ୍ତି ।ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆମେ ନିଜ ନିଜ ଗ୍ରାମକୁ ଚାଲିଯିବୁ ବୋଲି ଧମକ ଦେଇଛନ୍ତି ।ଏ ନେଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ ବେଲଗୁଣ୍ଠା ବିଡିଓଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.