ସଙ୍ଗରୋଧ କେନ୍ଦ୍ରରେ ଯୋଗ , ପ୍ରଣାୟମ ଓ ଜାତୀୟ ସଙ୍ଗୀତ ଗାନ।

0 774

ପୋଲସରା,(ପିପିଟି)୦୫/୦୫,ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଆସୁଛନ୍ତି ନିଜ ଗ୍ରାମକୁ । ସରକାରୀ ନିର୍ଦ୍ଦେଶ ମୁତାବକ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ୧୪.ଦିନ ରହିବା । କିଛି ପ୍ରବାସୀ ଓଡ଼ିଆ ଏହି ଆଇନ କୁ ଭାଙ୍ଗି ସଙ୍ଗରୋଧ କେନ୍ଦ୍ର ମଧ୍ୟରେ ଖଇବାକୁ ଫୋପାଡୁ ଥିବା ବେଳେ କିଛି ଲୋକ ଫେରାର ହୋଇ ଯାଉଛନ୍ତି । କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳିଛି ପୋଲସରା ବ୍ଲକ କଳମ୍ବ ଗ୍ରାମରେ ।୧୫୦ ଜଣ ପ୍ରବାସୀ ଓଡ଼ିଆ ସକାଳୁ ଉଠି ଜାତୀୟ ସଙ୍ଗୀତ ଗାନ କରିବା ସହିତ ,ପ୍ରଣାୟମ , ଯୋଗ କରୁଥିବା ଦେଖିବାକୁ ମିଳିଛି । ଗ୍ରାମର ସରପଞ୍ଚ , ସମିତି ସଭ୍ୟ ଓ ଯୁବ ଗୋଷ୍ଟି , ଶିକ୍ଷାବିତ ମିଶି ସମସ୍ତ ପ୍ରବାସୀ ଓଡ଼ିଆ ଙ୍କ ସହ କେନ୍ଦ୍ର ବାହାରେ ରହି ସହଯୋଗ କରୁଛନ୍ତି । ଏପରି ସମୟରେ ପ୍ରବାସୀ ଓଡ଼ିଆ ମାନେ ଧର୍ଯ୍ୟଧରି ସରକାରୀ ନିୟମ କୁ ପାଳନ କରି ରହିଲେ କରୋନାରୁ ରକ୍ଷା ପାଇବା ଲାଗି କିଛି ନୂତନ ବାର୍ତ୍ତା ସୃଷ୍ଟି କରିବା ସହ ନିଜେ ସୁସ୍ଥ ରହିବା ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Leave A Reply

Your email address will not be published.