ପୁରୁଷୋତ୍ତମପୁର,(ପିପିଟି)୧୧/୦୬, ରାଜ୍ୟ ସରକାର ପ୍ରବାସୀ ଓଡିଆ ମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ସମସ୍ତ ପ୍ରକାର ବ୍ଯବସ୍ଥା କରିଛନ୍ତି ।ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ସଙ୍ଗରୋଧ ଠିକ୍ ଚାଲିଥିବା ବେଳେ କିଛି କେନ୍ଦ୍ରରେ ଅବ୍ଯବସ୍ଥାକୁ ବିଭିନ୍ନ ସମୟରେ ଅସନ୍ତୋଷ ଓ ପ୍ରତିବାଦ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ବଡଖରିଡା ପଞ୍ଚାୟତର କାଳେଶ୍ବରୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଅବ୍ଯବସ୍ଥା ନେଇ ପ୍ରବାସୀ ଓଡିଆ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।ଗତକାଲି ସଂଧ୍ୟାରେ ସଙ୍ଗରୋଧ କେନ୍ଦ୍ରରୁ ମୋବାଇଲ୍ ରେ ଆମକୁ ସମସ୍ଯା ସଂପର୍କରେ ଜଣାଇଥିଲେ ।ସେମାନେ ଅଭିଯୋଗ କରିଛନ୍ତି ନିମ୍ନ ମାନର ଖାଦ୍ୟ ଦିଆଯାଉଛି,ଖାଦ୍ୟ ପରିମାଣ କମ ଦିଆଯାଉଛି, ଆବଶ୍ୟକ ପାଇଖାନା ନାହିଁ,ପରିବେଶ ସଫା ରହୁ ନାହିଁ, ସଙ୍ଗରୋଧ କେନ୍ଦ୍ରକୁ ସାନିଟାରାଇଜ୍ କରାଯାଇ ନାହିଁ,ମଶା ଧୂଆଁ ଦିଆ ଯାଉ ନାହିଁ,ସ୍ବାସ୍ଥ୍ୟ ପରୀକ୍ଷା ସଠିକ୍ ହେଉ ନାହିଁ ଏବଂ ଖାଦ୍ୟ ନିମ୍ନ ମାନର ବୋଲି ସରପଞ୍ଚଙ୍କୁ କହିଲେ ସେ କହୁଛନ୍ତି ଖାଇଲେ ଖାଅ ନଚେତ୍ ପଳାଅ । ସେମାନଙ୍କୁ ପ୍ରଦାନ କରାଯାଇଥିବା ନିତ୍ଯବ୍ଯହାର୍ଯ୍ଯ ଜିନିଷର ଫଟୋ ପଠାଇ କହିଛନ୍ତି ଏହି ସମସ୍ୟା ସଂପର୍କରେ ଖବର ପ୍ରକାଶ କରନ୍ତୁ ବୋଲି ଫୋନ୍ ଯୋଗେ ଜଣାଇଥିଲେ ।ବର୍ତ୍ତମାନ ସଙ୍ଗରୋଧ କେନ୍ଦ୍ରରେ ପ୍ରାୟ ୭୦ଜଣ ରହୁଥିବା ବେଳେ ଆବଶ୍ୟକ ପାଇଖାନା ନାହିଁ ଏବଂ ଜଳ ଯୋଗାଣ ବ୍ଯବସ୍ଥା ମଧ୍ୟ ଠିକ୍ ନାହିଁ ।ପ୍ରଶାସନ ପ୍ରଥମରୁ ହିଁ ସମସ୍ତ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ଆବଶ୍ୟକ ପାଇଖାନା ଓ ଜଳ ଯୋଗାଣ ବ୍ଯବସ୍ଥା ପ୍ରତି ଧ୍ୟାନ ଦେବା କଥା କିନ୍ତୁ ଯେଉଁ ପଦକ୍ଷେପ ନିଆଯାଇଛି ହୁଏତ ଆଗାମୀ ନିର୍ବାଚନ ପାଇଁ ଭଲ ହୋଇପାରେ ନଚେତ୍ ବାମ୍ଫ ନେଇ ପାରେ ! ଏହି ଘଟଣା ସଂପର୍କରେ ପ୍ରଶାସନ ଦୃଷ୍ଟି ଦେବା ସହିତ ସେମାନଙ୍କ ସହିତ ଅଲୋଚନା କରି ସମସ୍ଯାକୁ ସମାଧାନ କରନ୍ତୁ ।