ସଙ୍ଗରୋଧ ଅବଧି ଶେଷ ହେବା ପରେ ପ୍ରବାସୀ ଓଡିଆଙ୍କୁ ବିଦାୟ ସମ୍ବର୍ଦ୍ଧନା ।

0 140

ଶେରଗଡ,(ପିପିଟି)୧୦/୦୬,ଦୀର୍ଘ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଆଜି ସେମାନଙ୍କ ଧାର୍ଯ୍ୟ ସମୟ ପୁରି ଯାଇଛି । ଭୟାନକ ମହାମାରୀ କରୋନା ଦାଉରୁ ଉଦ୍ଧାର ପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବାହାର ରାଜ୍ୟ ତଥା ଦେଶରୁ ଫେରିଥିବା ପ୍ରବାସୀ ଓଡ଼ିଆ ଆଜି ସେମାନଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଥିବା ୫୮ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ଦେଶରୁ ଆସି ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିଥିଲେ । ଆଜି ସେମାନଙ୍କର ଅବଧି ଶେଷ ହୋଇଥିବାରୁ ସେମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଠୁରୁବୁରାଇ ସରପଞ୍ଚ ପ୍ରତିନିଧି ବନମାଳୀ ସେଠି,ଗ୍ରାମ ସେବକ କର୍ଣ୍ଣ ଦଳେଇ,ପ୍ରଧାନ ଶିକ୍ଷକ ଚିତ୍ରସେନ, ସେଠିକାର ଭଲିଣ୍ଡରଙ୍କ ଉପସ୍ଥିତରେ ପ୍ରବାସୀ ମାନଙ୍କୁ କୋଭିଡ଼ ୧୯ ସାର୍ଟିଫିକେଟ ଦେଇ ବସ ଯୋଗେ ପ୍ରବାସୀଙ୍କୁ ନିଜ ନିଜ ଗ୍ରାମକୁ ଛଡା ଯାଇଥିଲା । ପ୍ରବାସୀ ମାନେ ଯିବା ବେଳେ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଥିଲେ । ଠିକ ଭାବେ ସେମାନଙ୍କ ଦେଖାଶୁଣା ଏବଂ ଖାଇବା ପିଇବାର ସମସ୍ତ ସୁବିଧା ଯୋଗାଇଥିବାରୁ ଧନ୍ୟବାଦ ଦେଇଥିଲେ ପ୍ରବାସୀ । କରୋନା ଯୋଦ୍ଧା ଭଳି ଦିନ ରାତି ପ୍ରବାସୀ ମାନଙ୍କ ସେବା ଏବଂ ପରିବେଶ ସ୍ୱଚ୍ଛ ଉପରେ ଗୁରୁତ୍ୱ ଦେଇଥିଲେ ସରପଞ୍ଚ । ସରକାରଙ୍କ ପ୍ରତ୍ୟେକଟି ନିୟମ ପାଳି ଘରେ ଆଉ ୭ ଦିନ ସଙ୍ଗରୋଧ ରେ ରହିବେ ଏବଂ ଘରେ କାହାସହ ମିଳାମିଶା ନକରି ରହିବେ ବୋଲି ସରପଞ୍ଚ ପ୍ରତିନିଧି  ପ୍ରବାସୀ ମାନଙ୍କୁ ବୁଝାଇଥିଲେ । ଶେଷରେ ପ୍ରବାସୀ ମାନେ ସରପଞ୍ଚ ପ୍ରତିନିଧି  ଶିବରାମ ସେଠୀଙ୍କୁ ଫୁଲ ମାଳ ବଦଳ ରେ ଟଙ୍କା ମାଳ ବେକ ରେ ପକାଇଛନ୍ତି । ଧନ୍ୟବାଦ ଅର୍ପଣ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.