ଶ୍ରୀ ନୃସିଂହନାଥଙ୍କ ବୈଶାଖ ମେଳା ଆରମ୍ଭ ।

0 107

ପଦ୍ମପୁର,( ପିପିଟି)୦୬/୦୫ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା  ବୈଶାଖ ମେଳା ଆରମ୍ଭ । ଆଜି ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁଙ୍କ ଜନ୍ମ ମହୋତ୍ସବତଥା ବୈଶାଖ ମେଳା ଗତ ୨ ତାରିଖ ରୁ ଆରମ୍ଭ ପୂଜାନୀତି ରୀତି ମଧ୍ୟରେ କେବଳ ଆରମ୍ଭ ହୋଇ ଯାଇଛି । ଆଜି ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ପାଳନ ଅବସରରେ ଯମୁନା କନ୍ଧୁଣି ବଂଶ ଧର କନ୍ଧ ସମାଜ ଦ୍ଵାରା ମହାପ୍ରଭୁ ଙ୍କୁ ଭୋଗ ଲଗା ଯାଇଥାଏ। ଗନ୍ଧମାର୍ଦ୍ଧନ ପର୍ବତରୁ ସଂଗୃହୀତ ପିତ କନ୍ଦା ଭୋଗ ଖଣ୍ଡିଝରନ୍ ଗ୍ରାମର ଗୌନ୍ତିଆ ଶଙ୍କର ଭୁଏ ଙ୍କ ଦ୍ଵାରା ଲାଗି କରାଯିବଓ ରାତି ରେ ମହାଦୀପ ଉଠିବା ସହ ଝଣ୍ଡାବା ନେତ ବନ୍ଧା ଯିବା ସ୍ଥିର ରହିଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରକାଶ କରିଛନ୍ତି। ପ୍ରତି ବର୍ଷ ମହାପ୍ରଭୁଙ୍କ ଏହି ଜନ୍ମ ମହୋତ୍ସବ ଵା ବୈଶାଖ ମେଳାରେ ପଶ୍ଚିମ ଓଡ଼ିଶାର ବରଗଡ଼,ନୂଆପଡ଼ା,ବଲାଙ୍ଗୀର, ସମ୍ବଲପୁର,କଳାହାଣ୍ଡି ଆଦି ଜିଲ୍ଲା ସମେତ ରାଜ୍ୟ ବାହାର ଛତିଶଗଡ଼,ମଧ୍ୟପ୍ରଦେଶ ଆଦି ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥାଏ।ଏ ବର୍ଷ ମହାମାରୀ କରୋନା ହେତୁ ସମସ୍ତ ପ୍ରକାର ଯାନି ଯାତ୍ରାକୁ ବାରଣ କରାଯିବା ନିଷ୍ପତ୍ତି ନିଆ ଯାଇ  କେବଳ ରୀତିନୀତି ଭାବରେ ସେବାୟତ ମାନଙ୍କ ଦ୍ଵାରା ମହାପ୍ରଭୁ ଙ୍କ ପୂଜା,ଜନ୍ମ ମହୋତ୍ସବ ଆଦି ବିଧି ବିଧାନରେ ପାଳନ କରାଯାଉଥିବା ଓ ଭକ୍ତଙ୍କ ସମାଗମକୁ ବାତିଲ କରା ଯାଇଥିବା ଜଣାଯାଇଛି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.